ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଲେ ୬୦୯ ବିଦ୍ୟାର୍ଥୀ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୨୨ଟି ବିଭାଗରେ ୬୦୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ଛି। ବିଶ୍ବବିଦ୍ୟାଳୟ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାଣୀବିଜ୍ଞାନରେ ୩୭ ଜଣ ବିଦ୍ୟାର୍ଥୀ ନାମ ଲେଖାଇଥିବା ବେଳେ, ବାଇଓଟେକ୍ନୋଲୋଜିରେ ୮, ଗୃହ ବିଜ୍ଞାନରେ ୨୭, ରାଜନୀତି ବିଜ୍ଞାନରେ ୩୯, ମେରାଇନସାଇନ୍ସ (ଏମବି)ରେ ୧୪ ଓ (ଓ ସିି)ରେ ୧୪, ପଦାର୍ଥ ବିଜ୍ଞାନରେ ୪୦, ରସାୟନ ବିଜ୍ଞାନରେ ୩୮, କମର୍ସରେ ୨୯, ଏମବିଏ (ଏଫଏମ୍)ରେ ୬, ଇତିହାସରେ ୩୪, ଆଇନରେ ୨୩, ବଟନିରେ ୪୧, ଏମବିଏରେ ୧୫, ଇଂରାଜୀରେ ୪୧, ଗଣିତରେ ୩୬, ଲୀଙ୍ଗୁଇଷ୍ଟରେ ୭, ଇକୋନୋମିକସରେ ୩୯, ଆଇ ଆର୍ ଏଣ୍ଡ ପି ଏମ୍ ରେ ୩୩, ଓଡ଼ିଆରେ ୩୬, ଯେ ଏଣ୍ଡ ଏମ୍ ସିରେ ୧୮, ଏମ୍ ସି ଏରେ ୧୫, ଇଲୋକ୍ଟ୍ରନିକ୍ସ ସାଇନ୍ସରେ ୧୯ ଜଣ ନାମ ଲେଖାଇଛନ୍ତି।

ମୋଟ ୬୦୯ ଜଣ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି। ୨ୟ ପର୍ଯ୍ୟାୟ ନାମଲେଖା ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବା ସହ ୧୨ ତାରିଖରୁ ସ୍ପଟ୍ ଆଡ଼ମିଶନ ଥିବା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତି ଜଣାଇଛନ୍ତି।

Comments are closed.