ଯୁବ ରେଡକ୍ରସ୍ ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟ ପରିସରରେ ଆଜିଠାରୁ ଯୁବ ରେଡକ୍ରସ୍ ପକ୍ଷରୁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ବିପ୍ର ଚରଣ ମହାଙ୍କୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ସଂଯୋଜକ ଡ଼ଃ. ରାମ ଚନ୍ଦ୍ର ଜେନା ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗଣିତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ତଥା ସହଯୋଗୀ ପରୀକ୍ଷା ନିୟନ୍ତ୍ରକ ଡ଼ଃ.ରଘୁନାଥ ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି ଶିବିରକୁ ଉଦଘାଟନ କରିଥିଲେ।

ରେଡକ୍ରସର ଭୂମିକା ଏବଂ ମାନବ ସେବା କରି କଲେଜ, ରାଜ୍ୟ ଓ ଦେଶରେ ଗୌରବ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ।କଲେଜ ଅଧକ୍ଷ ଡଃ. ମହାଙ୍କୁଡ ଏହି ଶିବିରକୁ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କହିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା କନଭେନରର ମନୋରଞ୍ଜନ ମହାରଣା, ରାମ ନାରାୟଣ ଡିଗ୍ରୀ କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ତଥା ରେଡକ୍ରସ ଅଧିକାରୀ ଡଃ. ଉଷାରାଣୀ ବ୍ରହ୍ମା, ବ୍ରହ୍ମପୁର ଶଶି ଭୂଷଣ ରଥ ମହିଳା ମହାବିଦ୍ୟାଳୟର ସୁଜିତ୍ ପ୍ରିୟଦର୍ଶୀ ଦାସ, ଲକ୍ଷଣ ପାଳ ମଞ୍ଚାସିନ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ଟ୍ରାଫିକ, ଏଡସ, ପ୍ରାକୃତିକ ବିପର୍ଯ୍ୟୟ ଆଦି ଉପରେ ସ୍ଵେଚ୍ଛlସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଏଥିରେ ଡୁରା ସ୍ଥିତ ରାମନାରାୟଣ କଲେଜ, ଗୋପାଳପୁର କଲେଜ ଏବଂ ଶଶି ଭୂଷଣ ରଥ ମହିଳା ମହାବିଦ୍ୟାଳୟର +୨ ଓ +୩ର ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଦ୍ଵିତୀୟ ଅଧିବେଶନରେ ପ୍ରଶିକ୍ଷକ କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟର ବିଜୟ କୁମାର ଖଟେଇ ଯୋଗ ଦେଇ ଯୁବ ରେଡକ୍ରସର ଇତିହାସ, ନୀତି ଓ ପ୍ରଗତି ଉପରେ ଆଲୋକପାତ କରିଥିଲେ। ମନୋରଞ୍ଜନ ମହାରଣା ରକ୍ତ ଦାନ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଶେଷରେ ଅଧ୍ୟାପକ ଲକ୍ଷଣ ପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଡଃ.ମନୋଜ କୁମାର ପଟ୍ଟନାୟକ, ଉମାକାନ୍ତ ସାହୁ, ଜି.ଗଣେଶ, ଅନିଲ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.