ବିଭିନ୍ନ ସମସ୍ୟା ମଧ୍ୟରେ ଗୋପାଳପୁର ବେଳାଭୂମି

ପିଇବା ପାଣି ଓ ଶୈଚାଳୟ ସମସ୍ୟା ପର୍ଯ୍ୟଟକଙ୍କୁ ନିରାଶ କରୁଛି

ଗୋପାଳପୁର : ଦୀର୍ଘ ଦଶନ୍ଧି ପରେ ଗୋପାଳପୁର ଭରପୁର ଭାବେ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଥିବା ନଜରକୁ ଆସିଛି । ସ୍ବଦେଶୀ ଦର୍ଶନ ଯୋଜନାରେ ବେଳାଭୂମିକୁ ଆକର୍ଷଣୀୟ କରାଯିବା ସହ ବହୁବିଦ୍ଧ କାର୍ଯ୍ୟ ସମ୍ପାଦନ କରାଯାଇଛି । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗଞାମ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଗୋପାଳପୁର, ତାମ୍ପରା, ବୟକୂଳ, ସାତପଡା ଠାରେ କୋଷ୍ଟାଲ ସାରକିଟ ଯୋଜନାରେ ଗତ ୧୯/୦୯/୨୦୧୬ରେ ୭୬୪୯.୦୪ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା ।ଏବଂ ଆସନ୍ତା ଦୁଇବର୍ଷ ଅର୍ଥାଥ ୨୦୧୮ ସେପ୍ଟମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ସ୍ଥିର ‌କରାଯାଇଥିଲା । ଏହି କ୍ରମରେ ଯୋଜନାକୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ କରିବା ନିମନ୍ତେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏହା ମଧ୍ୟରେ ତାମ୍ପରାର ଉନ୍ନତିକରଣ କାର୍ଯ୍ୟ ସରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଗତ ୧୯ ତାରିଖରେ ଏହାର ଉଦଘାଟନ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।ଏବେ ଗୋପାଳପୁରରେ ସ୍ବଦେଶୀ ଦର୍ଶନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବେଳାଭୂମି ସମେତ ଗୋପାଳପୁର ସହରର ଉନ୍ନତିକରଣ କାର୍ଯ୍ୟ ସରିଯାଇଥିବା ବେଳେ, କେବେ ଏହାକୁ ଲୋକର୍ପଣ କରାଯିବ ତାହା ସ୍ଥିର ହୋଇପାରିନାହିଁ । ଅନ୍ୟପଟେ ଏହି ଯୋଜନାରେ ବେଳାଭୂମିରେ ସୁନ୍ଦର କାରୁକାର୍ଯ୍ୟ ସାଗଂକୁ ପର୍ଯ୍ୟଟକଙ୍କ ଚଲାବୁଲା ନିମନ୍ତେ ପ୍ରାୟ ୧ କିମି ଅଞ୍ଚଳରେ ଫୁଟ ଓ୍ବେ, ପର୍ଯ୍ୟଟକଙ୍କୁ ଖରା ଓ ବର୍ଷା ଦାଉରୁ ସୁରକ୍ଷା ଦେବା ନିମନ୍ତେ ଆକର୍ଷଣୀୟ ଛତା, ବେଳାଭୂମି ପରସରକୁ ସବୁଜିମା କରିବା ନିମନ୍ତେ ନଡିଆ ଓ ଗୁଆ ସହ ଖଜୁରୀ ଗଛ ରୋପଣ କରାଯାଇଛି। ଏହା ସହ ବେଳାଭୂମିକୁ ଓହ୍ଲାଇବା ନିମନ୍ତେ ଉଦ୍ଧିଷ୍ଟ ଥିବା ପାହାଚ ସମେତ ମୁଖ୍ୟ ବେଳାଭୂମି ସମ୍ମୁଖ ରାସ୍ତାକଡରେ ସୁନ୍ଦର ଆଲୋକ ବ୍ୟବସ୍ଥା କରାଯାଇଛି । ଗୋପାଳପୁର ପ୍ରବେଶପଥ ତଥା ଷଣ୍ଢଛକ ଠାରେ ୭ ଲକ୍ଷ ବ୍ୟୟରେ ସେଲିଫି କର୍ଣ୍ଣର ନିର୍ମାଣ ସହ ୬୬ ଲକ୍ଷ ଟଙ୍କା ବ୍ୟୟରେ ଶିଶୁ ଉଦ୍ୟାନର ନବୀକରଣ କରାଯାଇଛି । କରୋନା ପରେ ଯେଉଁମାନେ ଗୋପାଳପୁର ବୁଲିବାକୁ ଆସୁଛନ୍ତି ଗୋପାଳପୁର ବେଳାଭୂମିରେ ଆକର୍ଷଣୀୟ ସାଜସଜ୍ଜା ଦେଖି ମୁଗ୍ଧହେବା ସହ ଏଥି ନିମନ୍ତେ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଅନେକ କିଛି କାର୍ଯ୍ୟ କରିବା ନିମନ୍ତେ ପ୍ରଶାସନ ଭୂଲିଯାଇଥିବା ମଧ୍ୟ ଲୋକେ ଅଭିଯୋଗ କରିଛିନ୍ତି । ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ବେଳାଭୂମି କିମ୍ବା ନିକଟବର୍ତ୍ତୀ ସ୍ଥାନରେ ଶୌଚାଳୟ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ନାହିଁ ନ ଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ୨୦୦୬ ମସିହାରେ ଏନ.ଏ.ଓ.ସି ପର୍ଯ୍ୟଟନ ବିଭାଗ ପକ୍ଷରୁ ତିନୋଟି ସୁଲଭ ଶୌଚାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ ଏହାମଧ୍ୟରୁ ଦୀର୍ଘବର୍ଷ ଧରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ହତାକୁ ଲାଗି ନିର୍ମିତ ହୋଇଥିବା ଶୌଚାଳୟଟି ବ୍ୟବହୃତ ନହୋଇ ପାରି ଅଲୋଡା ପଡିରହିଥିବା ସହ ଭଗ୍ନ ଅବସ୍ଥାକୁ ଚାଲି ଆସିଲାଣି । ଅନ୍ୟପଟେ ବେକଓ୍ବାଟର ତଥା ପାର୍କ କଡରେ ଥିବା ଶୌଚାଳୟଟିର ପୁନଃରଦ୍ଧାର କାର୍ଯ୍ୟ ଏନ.ଏ.ଓ.ସି ଦ୍ବାରା ଚାଲୁ ରହିଥିବାବେଳେ ଆସନ୍ତା ଦିନରେ ଏହା କାର୍ଯ୍ୟକ୍ଷମ ହେବା ସହ ବସଷ୍ଟାଣ୍ଡଠାରେ ଥିବା ଅନ୍ୟଏକ ଶୌଚାଳୟ ମଧ୍ୟ ପର୍ଯ୍ୟଟକଙ୍କ ବ୍ୟବହୃତ ନିମନ୍ତେ ଖୋଲାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ କହିଛନ୍ତି, ଏଥି ସହ ହୋଟଲ କଳିଗଂରେ ସାହି ପ୍ରବେଶ ପଥ ଓ ଓମ ସାଇ ଫାର୍ମାସି କଲେଜ କଡରେ ଆଉ ତିନୋଟି ନୂତନ ଶୌଚାଳୟ ନିର୍ମାଣ ନିମନ୍ତେ ଯୋଜାନା ପ୍ରସ୍ତୁତ ହୋଇଛି । ଏହା ମଧ୍ୟରେ ବିଡିଏ ପକ୍ଷରୁ ଗତବର୍ଷ ପ୍ରାୟ ୯୧ ଲକ୍ଷ ଟଙ୍କା ବ୍ୟୟରେ ଦୁଇ ମହଲା ବିଶିଷ୍ଟ ଏ ଓ୍ବାନ ଶୌଚାଳୟ ନିର୍ମାଣ ନିମନ୍ତେ ସ୍ଥିର କରାଯାଇଥିଲା । ଏଥିରେ ମହିଳା ଓ ପୁରୁଷଙ୍କ ନିମନ୍ତେ ୧୬ଟି ଶୌଚାଳୟ ବ୍ୟବସ୍ଥା ରହିବା ସହ ଉପର ମହଲାରେ ଅଭ୍ୟର୍ଥନା କକ୍ଷ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏ଼ମଧ୍ୟରେ ଏକବର୍ଷ ବିତିବାକୁ ଯାଉଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଗତ ଅକ୍ଟୋବର ପର ଠାରୁ କରୋନା କଟକଣାରେ କିଛି କୋହଳ କରାଯିବା ପରେ ଏଠାକୁ କ୍ରମଶଃ ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ଘଟିଥିବା ବେଳେ ଏଠାକୁ ଆସୁଥିବା ମହିଳା ପର୍ଯ୍ୟଟକମାନେ ଶୌଚ ନିମନ୍ତେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ବେଳାଭୂମି ଅଞ୍ଚଳରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ପିଇବା ପାଣି ଓ ଗୋଡ ହାତ ଧୋଇବା ନିମନ୍ତେ ହୋଟଲ ହୋଲିଡେ ହୋମ ନିକଟରେ ଗୋଟିଏ ନଳକୂପ ରହିଥିଲା, କିନ୍ତୁ କୁଆଡେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଏନ୍‌ଏଏସି ଓ ଜନ‌ସ୍ବାସ୍ଥ ବିଭାଗ ପକ୍ଷରୁ ନଳକୂପ ଟିକୁ ଅଚଳ କରିଦିଆଯାଇଛି। ଯଦ୍ବାରା ପର୍ଯ୍ୟଟକମାନେ ପିଇବା ନିମନ୍ତେ ସୋ‌ଗୋଡ ହାତ ଧୋଇବା ପାଇ ପାଣି ଟୋପାଏ ପାଆ ପାରୁନାହାନ୍ତି। ଏହା ନେଇ ନିର୍ବାହୀ ଅଧିକାରୀ ଶ୍ରୀ ସେଠୀଙ୍କ ସହ ଆଲୋଚନା ସମୟରେ ନଳକୂପ ଥିବା ସ୍ଥାନରେ ପମ୍ପ ଲଗାଯିବା ପାଣି ଟ୍ୟାଙ୍କ ସ୍ଥାପନା ପୂର୍ବକ ୨୪ ଘଣ୍ଟିଆ ପିଇବା ପାଣିର ବ୍ୟବସ୍ଥା କରାଯିବା ସହ ଖରାଦିନ ନିମନ୍ତେ ଦୁଇଟି ଜଳଛତ୍ର କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ବେଳାଭୂମି ପରିସରକୁ ନୋ ପାର୍କିଂ ଜୋନ ଭାବେ ଘୋଷଣା କରାଯିବା ସହ ବତୀଘର ଗେଟ ଓ ଓମସାଇ ଫାର୍ମିସି କଲେଜ ସମ୍ମୁଖ ରାସ୍ତାରେ ଗେଟ କରାଯାଇ ଗାଡି ମୋଟରସାଇକେଲ ପ୍ରଭୃତିକୁ ବେଳାଭୂମିକୁ ଛଡାଯାଉନାହିଁ। ଏଣୁ ଆଗାମୀ ଦିନରେ ଏଠାକୁ ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ଘଟିବ ବୋଲି ଅନୁମାନ‌ କରାଯାଉଛି।

Comments are closed.