ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତକୁ କୋର୍ଟ ଚାଲାଣ

ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ ଶୁକ୍ରବାର ଦିନ ଜଣେ ଛଅ ବର୍ଷ ଶିଶୁକନ୍ୟାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହ ଏହା ନେଇ ମୁହଁ ଖୋଲିଲେ ଶିଶୁକୁ ଜୀବନରେ ମାରି ଦେବେ ବୋଲି  ଡରାଇଥିବା ଅଭିଯୋଗରେ ଗୋଳନ୍ଥରା ପୁଲିସ ବୁଧବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।  ଗିରଫ ଯୁବକ ଜଣକ ହେଲେ ରଙ୍ଗେଈଲୁଣ୍ଡା ବ୍ଲକ ଅଧିନ କୋଳଥିଗାଁର ଦେବାନନ୍ଦ ଦାସ (୩୫) ।

ମିଳିଥିବା ଅଭିଯୋଗ ଅନୁଯାୟୀ, ଗତ ୧୮ ତାରିଖ ସନ୍ଧ୍ୟା ସମୟରେ ଗ୍ରାମର ଶିଶୁକନ୍ୟା ଜଣକ ସାହିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯିବା ସମୟରେ ଦେବାନନ୍ଦ ତାକୁ ଚକଲେଟ ଦେବା ବାହାନାରେ ଏକ ନିଛାଟିଆ ଅର୍ଦ୍ଧ ନିର୍ମିତ ଘରକୁ ଡାକିନେଇ ଦୁଷ୍କର୍ମ କରିବା ସହ ଘରେ ଘଟଣାର ସମ୍ପର୍କରେ କହିଲେ ଜୀବନରେ ମାରିଦେବି ବୋଲି କହି ବିଭିନ୍ନ ଧମକ ଚମକ ଦେଇଥିଲେ। ଶିଶୁ କନ୍ୟା ଜଣଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପରିବାର ବର୍ଗକୁ କହିଥିଲା। ପ୍ରଥମେ ଏନେଇ ଗାଁରେ ଆଲୋଚନା କରାଯାଇଥିଲେ ମଧ୍ୟ କୈାଣସି ସମାଧାନର ପନ୍ଥା ବାହାରି ପାରିନଥିଲା ଏବଂ ଦେବାନନ୍ଦଙ୍କ ଭୟରେ ପିଡୀତାଙ୍କ ପରିବାର ଚୁପ୍ ରହିଥିଲେ ମଧ୍ୟ ଆଜି ପିଡୀତା ଓ ପରିବାର ବର୍ଗ ଆସି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଏ ନେଇ ଥାନାରେ ୨୬୫/୧୯ ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଭିଯୁକ୍ତ ଅଭିଯୁକ୍ତ ଦେବାନନ୍ଦ ଓ ପିଡିତା ଶିଶୁର ଡାକ୍ତରୀମଇନା କରିବା ସହ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Comments are closed.