୩ ଦିନ ପରେ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଆସନ୍ତା ୨୪ ତାରିଖରୁ ୫ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ମହୋତ୍ସବକୁ ବେଶ୍ ଆର୍କଷଣିୟ କରିବାକୁ ଜିଲା ପ୍ରଶାସନ ସହ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କମିଟି ଅଣ୍ଟାଭିଡିଛି।। ଶନିବାର ଏ ମହୋତ୍ସବ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରଭୃତି ବୈଠକ ଆୟୋଜନ ସହ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥିଲା। ଆସନ୍ତା ୨୪ ତାରିଖରେ ଆୟୋଜିତ ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ନେଇ ଡ଼ ପାଣିଗ୍ରାହୀ ସୂଚନା ଦେବା ସହ ପ୍ରଥମ ଦିବସରେ ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ କୁମାର ସାହୁ ତାଙ୍କର ସଂଗୀତ ର ଯାଦୁରେ ଦର୍ଶକ ଙ୍କ ମନୋରଞ୍ଜନ କରିବା ସହ ଓଲିଉଡ କଳାକାର ଅନୁଭବ ଓ ବର୍ଷାପ୍ରିୟଦର୍ଶୀନୀ ଯୋଡ଼ି ସହ  କଣ୍ଠଶିଳ୍ପୀ  ନାଭିଆ, ଶଶାଙ୍କ ଓ ଅନୁରାଗ ମଧ୍ୟ ଉପସ୍ଥିତ ରହିବେ।

ଦ୍ଵୀତୀୟ ସଂଧ୍ୟାରେ ମଧ୍ୟ ଅନୁରୂପ ଭାବେ ଓଲିଉଡ କଳାକାର ଆକାଶ ଓ ଏଲିନା ଯୋଡ଼ି ସହ ଅର୍ପିତା ଯୋଗ ଦେଉଥିବା ସହ ଲେଜର ମୋ, ଏବଂ କଣ୍ଠଶିଳ୍ପୀ ବିଶ୍ବଜିତ ଉପସ୍ଥିତ ରହିବେ। ତୃତୀୟ ସନ୍ଧ୍ୟାରେ ଓଲିଉଡ କଳାକାର ସବ୍ୟସାଚୀ ଓ ଅର୍ପିତା ଯୋଡ଼ି,ବଞାରା ଗାର୍ଲ୍ ପଲକ ଓ ପଲାସ ସହ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଯୋଗଦେବେ।ଏହା ସହ ଚର୍ତୁର୍ଥ ସନ୍ଧ୍ୟା ରେ ଓଲିଉଡ କଳାକାର ସମ୍ବିତ ଓ ଦିବ୍ୟା ଯୋଡ଼ି, କଣ୍ଠଶିଳ୍ପୀ ସୈମା ଓ ଅନୁରାଗ ସହ ଏମ୍ ଯେ ୫ ଡ୍ୟାନ୍ସ ଗ୍ରୃପ ସହ ପ୍ରନିସ ଡ୍ୟାନ୍ସ ଗ୍ରୃପ ନିଜର ଜଲବା ଦେଖାଇବେ। ପଞ୍ଚମ ତଥା ଉଦଯାପନୀ ଉତ୍ସବରେ  ମଣ୍ଟୁ ଓ ସିବାନୀ ସହ ବଲିଉଡ ଗାୟକ ସାନ ତାଙ୍କ ଟିମ୍ ସହ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଥିଲେ।

ଏଥି ସହ ଏହି ଅବସରରେ ଗୋପାଳପୁରକୁ ସ୍ଥାନୀୟ ପର୍ଯ୍ୟଟକଙ୍କ ସହ ବାହାରର ପର୍ଯ୍ୟଟକ ମାନେ ମଧ୍ୟ ଏଠାରେ ଭିଡ ଜମାଇବେ ଏଣୁ ଗୋପାଳପୁର ବାସିନ୍ଦାଙ୍କୁ ଭଲ ଭାବରେ ଅତିଥି ସତ୍କାର କରି ଉଦାହରଣ ସୃଷ୍ଟି କରିବାକୁ ବିଧାୟକ ଡ଼ ପାଣିଗ୍ରାହୀ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂ ଙ୍କ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଅସାହେବ ଙ୍କ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ମହୋତ୍ସବ କମିଟିର କୋର୍ଡିନେଟର ସର୍ବେଶ୍ଵର ରାଓ ଅରୁଣ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ସଭାପତି ଇଂ ଉମାଶଙ୍କର ପାଣିଗ୍ରାହୀଙ୍କ ସହ ସ୍ଥାନୀୟ ହୋଟେଲ୍ ମାଲିକ ମାନେ ଉପସ୍ଥିତ ରହିଥିଲେ।

ଚଳିତ ବର୍ଷ ଭିଡକୁ ଆଖି ଆଗରେ ରଖି ମୁଖ୍ୟ ପେଣ୍ଡାଲ ପୂର୍ବ ସ୍ଥାନ ବଦଳରେ ବେକ ଓ୍ବାଟର କଡ଼ରେ ରହିଥିବା ମତ୍ସ୍ୟ ଅବତରଣ କେନ୍ଦ୍ର ପଛ ପଟେ ପ୍ରାୟ ୨ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ଲୋକଙ୍କ ବସିବା ବ୍ୟବସ୍ଥା କରାଯାଇଥିବା ସହ ୧୦୦କୁ ୧୦୦ବର୍ଗ ଫୁଟ ଓ ଛଅ ଫୁଟ ଉଚ୍ଚ ଷ୍ଟେଜ ନିର୍ମାଣ କରାଯାଇଛି। ଚଳିତ ବର୍ଷ ବସଷ୍ଟାଣ୍ଡ, ସମବାୟ ତାଲିମ କେନ୍ଦ୍ର ପରିସର ସହ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।ଏହା ସହ ମହୋତ୍ସବ ସ୍ଥଳରେ ଓ୍ବାଇଫାଇ ବ୍ୟବସ୍ଥା ସିସିଟିଭି କ୍ୟାମେରା ସହ ପର୍ଯ୍ୟଟକ ଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ୨୫ପ୍ଲାଟୁନ ପୁଲିସ ଫୋର୍ସ ଗୋପାଳପୁର ରେ ରହିବେ।ଏହା ସହ ସମୁଦାୟ ୩୫୦ଟି ଷ୍ଟଲ ନିର୍ମାଣ କରାଯାଇଥିବାବେଳେ ଏଥିରୁ  ପଲ୍ଲୀଶ୍ରୀ ମେଳା  ରେ ୨୦୦ ଷ୍ଟଲ ସହ ପ୍ରଥମ ଥର ନିମନ୍ତେ ବ୍ରହ୍ମପୁର ରେ ବନବିଭାଗ ପକ୍ଷରୁ ଆୟୋଜିତ ହୋଉଥିବା ହାର୍ବଲ ମେଳା ଏଠାରେ ଆୟୋଜନ ସହ ୫୦ଟି ଷ୍ଟଲ ରେ ବିଭିନ୍ନ ବନଜାତ ଦ୍ରବ୍ୟ ବିକ୍ରି କରାଯିବ। ମୀନା ବଜାର ସହ ଦୋଳି ଓ ଫୁଡ୍ ପାର୍କ ର ବ୍ୟବସ୍ଥା କରାଯାଇଛି।

Comments
Loading...