ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସହିତ ଉତ୍ତମ ଚରିତ୍ର ଗଠନ ଦିଗରେ ପ୍ରୟାସ ପାଇଁ ପରାମର୍ଶ

ଗୋପବନ୍ଧୁ ବିଜ୍ଞାନ କଲେଜରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ମାଟ୍ରିକ ପାସ ପରେ ନୂଆକରି ନାମଲେଖାଇଥିବା +୨ ପ୍ରଥମ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ପୃଥକ ଭାବେ ପ୍ରଥମେ ବାଣିଜ୍ୟ ଓ ବିଜ୍ଞାନ ଏବଂ ପରେ କଳା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। କଲେଜର ଅଧ୍ୟକ୍ଷ ଡ. ଲୋକନାଥ ସାହୁ ଏଥିରେ ପୌରୋହିତ୍ୟ କରି ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ବିଦ୍ୟାର୍ଥୀ ଏବଂ ଅଧ୍ୟାପକ/ ଅଧ୍ୟାପିକାଙ୍କୁ ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସହିତ ଉତ୍ତମ ଚରିତ୍ର ଗଠନ ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଡ. ସାହୁ ଅନୁଷ୍ଠାନର ଶିକ୍ଷାଦାନ ଏବଂ ପରୀକ୍ଷା ପରିଚାଳନା ସଂପର୍କୀତ ବିଭିନ୍ନ ନିୟମ ଓ ଶୃଙ୍ଖଳା ରକ୍ଷା ସଂପର୍କରେ ଅବଗତ କରାଇଥିଲେ। ଏହି ସଭାରେ ପ୍ରାଧ୍ୟାପକ ପ୍ରତାପ କେଶରୀ ଥାଟୋଇ, ଦେବେଶନନ୍ଦନ ରଥ, ଦମୟନ୍ତି ପରିଡା, ମଳୟ ମଞ୍ଜରୀ ଦାଶ ଅଧ୍ୟାପକ ଲଳିତ ପଟ୍ଟନାୟକ, ଦିଲ୍ଲୀପ କୁମାର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ଅଧ୍ୟାପିକା ପ୍ରତିଭା ମହାନ୍ତି, ଡଃ ଚିତ୍ରସେନ ରାଉତ, ଅମିତ ଘୋଷ ପ୍ରମୁଖ ଉଦ୍‍ବୋଧନ ଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ଓ ଶୃଙ୍ଖଳା ଜ୍ଞାନ ବିଷୟରେ ମାର୍ଗଦର୍ଶନ କରିଥିଲେ। ଡେମୋନଷ୍ଟେଟର ସଚ୍ଚିଦାନନ୍ଦ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.