ବାଙ୍ଗିରିପୋଷିରେ ଗୋପବନ୍ଧୁ ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଦ୍ୱାରଶୁଣି: ଉତ୍କଳମଣୀ ଗୋପବନ୍ଧୁ ଥିଲେ କୋଟି କୋଟି ଜନତାଙ୍କ ହୃଦୟର ସ୍ପନ୍ଦନ ବୋଲି ଶନିବାର ଅପରାହ୍ନରେ ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗୋପବନ୍ଧୁ ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା ଦେବା ଅବସରରେ ମତ ପ୍ରକାଶ ପାଇଥିଲା। ଗୋପବନ୍ଧୁ ଦାସଙ୍କ ମାନସ ସନ୍ତାନ “ସମାଜ”ର ୧୦୦ବର୍ଷ ପୁର୍ତ୍ତି ଅବସରରେ ଏହି ମହାମାନବଙ୍କ ଜ୍ୟୋତିକୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ବାଙ୍ଗିରିପୋଷିରେ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସ ଆଚାର୍ୟ୍ୟଙ୍କ ତତ୍ୱାବଧାନରେ ଗୋପବନ୍ଧୁଙ୍କ ଜ୍ୟୋତି ବାଙ୍ଗିରିପୋଷିରେ ପହଞ୍ଚିବାପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜ୍ୟୋତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଏନସିସି ଗ୍ରୁପ, ବିବେକାନନ୍ଦ ଇଂଲିସ ମିଡିୟମ ସ୍କୁଲ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଗ୍ରୁପ, ସଂଗ୍ରାମ ସମିତିର କର୍ମକର୍ତ୍ତା, ନିଧୀ ଅନୁଷ୍ଠାନର କର୍ମକର୍ତ୍ତା, ଆଇଡିଆଲ ଏକାଡେମୀ କଂପ୍ୟୁଟରର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଗୋପବନ୍ଧୁ ଅମର ରହେ ଧୋନୀ ସହିତ ଗୋପବନ୍ଧୁଙ୍କ ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ୟ୍ୟକ୍ରମରେ ସମାଜସେବୀ, ସ୍ୱେଛାସେବୀ ଯୋଗଦାନ କରିଥିଲେ। ସମାଜର ପ୍ରତିନିଧି ଆଲୋକ କୁମାର ସ୍ୱାଇଁ, ପଦୀପ୍ତ କୁମାର ହୋତା, ଅମିତାଭ ଜେନା ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.