ସତ୍ୟବାଦୀ ମହୋତ୍ସବ ପାଇଁ ସୁଆଣ୍ଡୋରୁ ବାହାରିଲା ଗୋପବନ୍ଧୁ ଜ୍ୟୋତି

ସୁଆଣ୍ଡୋ: ସତ୍ୟବାଦୀ ମହୋତ୍ସବ ଉପଲକ୍ଷେ ଶୁକ୍ରବାର ସୁଆଣ୍ଡୋରୁ ଗୋପବନ୍ଧୁ ଜ୍ୟୋତି ଯାତ୍ରା ଆରମ୍ଭ ହୋଇଛି। ପଣ୍ଡିତଜୀଙ୍କ ଷଠିଘରୁ କମିଟି ସଦସ୍ୟଙ୍କ ଦ୍ଵାରା ଜ୍ୟୋତିକୁ ନିଆଯାଇଛି। ମହୋତ୍ସବ କମିଟି ପକ୍ଷରୁ କମଳାକାନ୍ତ ମିଶ୍ର, ସୁବାଷ ଚନ୍ଦ୍ର ଜେନା ପ୍ରମୁଖ ଧୀରେନ୍ଦ୍ର ନାଥ ଦାସଙ୍କ ଠାରୁ ଜ୍ୟୋତି ଗ୍ରହଣ କରିଛନ୍ତି। ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ କମିଟି ସଭ୍ୟମାନେ ମାଲ୍ୟାର୍ପଣ କରିଥିଲେ। ସଂକୀର୍ତନ, ବାଜା, ନାଚ, ବାଣ ଫୁଟାଇ ପଟୁଆରରେ ଜ୍ୟୋତିକୁ ଅନୁଷ୍ଠିତ ହେଉଥିବା ମହୋତ୍ସବ ପଞ୍ଚଶଖା ମୁକ୍ତାକାଶ ରଙ୍ଗମଞ୍ଚ ସ୍ଥଳକୁ ନିଆଯାଇଛି।

Comments are closed.