ଗୁଗଲ ଡୁଡଲ: ଜାଣନ୍ତୁ କେଉଁ କାରଣରୁ ସ୍ୱତନ୍ତ୍ର ଆଜିର ଡୁଡଲ

ଗୁଗଲ ଗୁରୁବାର ବସନ୍ତ ଋତୁକୁ ସ୍ୱାଗତ କରି ଡ଼ୁଡଲ ପ୍ରସ୍ତୁତ କରିଛି। ଏହି ଡ଼ୁଡଲରେ ଏକ ଠେକୁଆ ନଜର ଆସୁଛି, ଯାହା ରଙ୍ଗ ବେରଙ୍ଗ ପବନ ବେଲୁନରେ ବୁଲିବାର ମଜା ନେଉଥିବା ଦେଖିବାକୁ ମିଳୁଛି। ଡ଼ୁଡଲ ବିଷୟବସ୍ତୁ(ଥିମ୍‍ ) ରଙ୍ଗ ପାଇଁ ନୀଳ ରଙ୍ଗ ଚୟନ କରିଛି। ନୀଳ ରଙ୍ଗ ଖୋଲା ଓ ସଫା ଆକାଶର ରଙ୍ଗ ପ୍ରଦର୍ଶିତ କରୁଛି।
ଗଣିତ ଜ୍ୟୋତିଷଙ୍କ ଅନୁଯାୟୀ, ଆଜିର ଦିନ ହିଁ ବସନ୍ତ ଋତୁର ପ୍ରଥମ ଦିନ ବୋଲି କୁହାଯାଏ। ଆଜି ଠାରୁ ହିଁ ଦିନ ଓ ରାତି ସମାନ ଅର୍ଥାତ ୧୨-୧୨ ଘଣ୍ଟା ହେବ। ଏହାକୁ ବର୍ନଲ ଇକୁଇନୋକ୍ସ ମଧ୍ୟ କୁହାଯାଏ। ଆଜିର ଦିନରେ ହିଁ ସୂର୍ଯ୍ୟ ବିଷୁବ ରେଖାର ଉପରିଭାଗରୁ ଯାଇଥାଏ, ଯେଉଁ କାରଣରୁ ଉତ୍ତାପ ମଧ୍ୟ ବୃଦ୍ଧି ପାଇଥାଏ।

Comments are closed.