ଗୁଗଲ୍‌ ସର୍ଚ୍ଚରେ କିପରି ଏନାବଲ୍‌ କରିବେ ଡାର୍କ ମୋଡ୍‌ – ଆଖି ପାଇଁ ଭଲ, ବଢ଼ିବ ବ୍ୟାଟେରୀ ଲାଇଫ୍‌

ଗୁଗୁଲ୍‌ ଏହାର ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ ନୂଆ ଫିଚର ଲଞ୍ଚ୍‌ ଏବଂ ଅପଡେଟ୍‌ କରିଥାଏ । ଏହା ବ୍ୟବହାରକାରୀଙ୍କ ପାଇଁ ସହଜ ଏବଂ ସୁବିଧା ମଧ୍ୟ ହୋଇଥାଏ । ଏବେ ଏହ ଟେକ୍‌ ଜ୍ୟାଣ୍ଟ୍‌ ଗୁଗୁଲ୍‌ ସର୍ଚ୍ଚର ନୂଆ ଫିଚର୍‌ ଲଞ୍ଚ୍‌ କରିଛି । ଏହାର ବ୍ୟବହାରକାରୀମାନେ ଡାର୍କ ମୋଡ୍‌ରେ ଗୁଗୁଲ୍‌ ସର୍ଚ୍ଚ କରିପାରିବେ । ଏହା ଆଖି ପାଇଁ ଭଲ, ଫୋନ୍‌ର ବ୍ୟାଟେରୀ ମଧ୍ୟ କମ୍‌ ଖର୍ଚ୍ଚ ହେବ । ଡାର୍କ ମୋଡ୍‌ ଥିମ୍‌କୁ ସେପ୍ଟେମ୍ବରରେ ଗୁଗୁଲ୍‌ ପକ୍ଷରୁ ଲଞ୍ଚ୍‌ କରାଯାଇଥିଲା । ଅନେକ ବ୍ୟବହାରକାରୀ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି ।

ବ୍ଲାକ୍‌ ମୋଡ୍‌ରେ ଆପଣଙ୍କ ଡିଭାଇସ୍‌ ଏହା ଫୋନ୍‌ କିମ୍ବା କମ୍ପ୍ୟୁଟର ଯାହା ବି ହେଉ ଏଥିରେ ସର୍ଚ୍ଚ ଓ୍ୱିଣ୍ଡୋ କଳାରଙ୍ଗର ହୋଇଯିବ । ଏବଂ ଅକ୍ଷଲ ଧଳା ହୋଇଯିବ । ଫଳରେ ଆପଣଙ୍କ ଆଖି ଉପରେ କମ୍‌ ଚାପ ପଡିବା ସହ ବିଭିନ୍ନ ଡିଭାଇସ୍‌ର ବ୍ୟାଟେରୀ ଲାଇଫ୍‌ ବୃଦ୍ଧି ପାଇବ ।

ପୂର୍ବରୁ ଆପଣ ଯଦି ଥିମ୍‌କୁ ଡାର୍କ ମୋଡ୍‌ରେ ରଖିଥିବେ ତେବେ ଗୁଗୁଲ୍‌ ସର୍ଚ୍ଚ ଆପେ ଆପେ ଡାର୍କ ମୋଡକୁ ଚାଲିଯିବ । ଅଧିକ ଉଜ୍ୱଳ ପେଜ୍‌ ଗୁଡ଼ିକ ଏଥିରେ କଳା କିମ୍ବା ଧୂସର ରଙ୍ଗ ଦେଖାଯିବ । ଆଖି ଉପରେ କମ୍‌ ଚାପ ପଡିବ । ଅଧିକାଂଶ ସମୟ କୌଣସି ମୋବାଇଲ୍‌ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌ରେ କାମ କଲେ ମଧ୍ୟ ବେଶୀ ଚାପ ପଡ଼ିବ ନାହିଁ ।

ଏହି ସେଟିଂକୁ ଆପଣ ଗୁଗୁଲ୍‌ର ମୁଖ୍ୟ ପୃଷ୍ଟା ବା ମେନ୍‌ ପେଜ୍‌, ସର୍ଚ୍ଚ ରେଜଲ୍ଟ ପେଜ୍‌, ସର୍ଚ୍ଚ ସେଟିଂ (Google main page, search result page, search settings) ସହ ଅନ୍ୟାନ୍ୟ ଲିଙ୍କ୍‌ ପେଜ୍‌ରେ ବ୍ୟବହାର କରିପାରିବେ । ଆପଣଙ୍କ ଡିଭାଇସ୍‌ର ଡିଫଲ୍ଟ ସେଟିଂ ଅନୁସାରେ ଡିଭାଇସ୍‌ କଲର ସ୍କିମ୍‌ କାମ କରିବ । ଆପଣ ଚାହିଁଲେ ଏହି ସେଟିଂକୁ ପରେ ପରିବର୍ତ୍ତନ କରିପାରିବେ ।

Comments are closed.