କିଛି ଶୁଭ ସଙ୍କେତ

ସାଧାରଣତଃ ଦେଖାଯାଏ ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବା ସହ ଏହାକୁ ସଞ୍ଚୟ କରି ରଖିବା ଦ୍ୱାରା  ସୁଖ ଏବଂ ବିଳାସପୂର୍ଣ୍ଣ ଜୀବନ  ବିତାଇ ପାରିବେ। ଜଣେ ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରେ ।
ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ଲକ୍ଷ୍ମୀ ବାସକରୁଥିବା ସ୍ଥାନରେ ଧନର ଅଭାବ ହୋଇନଥାଏ ବୋଲି ମଧ୍ୟ କୁହାଯାଏ। ଦେବୀ ଲକ୍ଷ୍ମୀଙ୍କୁ ସୁଖ ଏବଂ ସମୃଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ । ତେବେ ଅନେକ ସମୟରେ ଆମକୁ ଏଭଳି କିଛି ସଙ୍କେତ ମିଳିଥାଏ, ଯାହା ଧନ ପ୍ରାପ୍ତିର ସୂଚନା ଦେଇଥାଏ।
ଯଦି ଗୋଟିଏ ଗାଈ ସକାଳୁ ଘର ସାମ୍ନାରେ ଆସେ ଶବ୍ଦ କରେ (ଗାଈ ସ୍ୱର) , ତେବେ ଏହା ଟଙ୍କା ପ୍ରାପ୍ତିର ସୂଚନା ଦେଇଥାଏ।
ଘରକୁ ପାରା ଉଡିକି ଆସିବାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।
ଯଦି ଆପଣ ସ୍ୱପ୍ନରେ ପଦ୍ମ ଫୁଲ ଦେଖନ୍ତି, ତେବେ ଏହା ମା’ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି ଓ ଧନର ପ୍ରାପ୍ତିର ସୂଚନା ଦେଇଥାଏ।

ସ୍ୱପ୍ନରେ ଏକ ଧଳା ସାପ ଦେଖିବା ଅଟକିଥିବା ଧନ ପ୍ରାପ୍ତିର ସୂଚନା ଦେଇଥାଏ।
ଦୀପାବଳୀ ଦିନ କିନ୍ନରଙ୍କୁ ଦେଖିବା ମଧ୍ୟ ଶୁଭ ସଙ୍କେତ ବୋଲି କୁହାଯାଏ।
ଯଦି ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା କୌଣସି କନ୍ୟାକୁ ଆପଣ ଦେଖନ୍ତି ଏହା ମଧ୍ୟ ଧନ ପ୍ରାପ୍ତିର ସୂଚନା ଦେଇଥାଏ।
ଯଦି ସ୍ୱପ୍ନରେ ଏକ ପେଚା ଉଡି ଆସି ଆପଣଙ୍କ ନିକଟରେ ବସେ , ତେବେ ଏହା ମଧ୍ୟ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତିର ସଙ୍କେତ ଦେବା ସହ ଧନ ପ୍ରାପ୍ତିର ମଧ୍ୟ ସଙ୍କେତ ଦେଇଥାଏ।
ଯଦି ଆପଣ ସକାଳ ଏବଂ ସନ୍ଧ୍ୟାରେ ଶଙ୍ଖର ଶବ୍ଦ ଶୁଣନ୍ତି, ତେବେ ଏହା ଧନ ପ୍ରାପ୍ତିର ମଧ୍ୟ ସଙ୍କେତ ଦେଇଥାଏ।
ସକାଳ ସମୟରେ ସଫେଇ କର୍ମଚାରୀଙ୍କୁ ଝାଡୁ ମାରୁଥିବା ଦେଖିବା ମଧ୍ୟ ଶୁଭ ବୋଲି କୁହାଯାଏ।

Comments are closed.