ପରଦାକୁ ଆସିଲା ‘ଗୁଡ଼୍‍ ନ୍ୟୁଜ୍‍’: ଲୋକେ କହିଲେ ବ୍ଲକ୍‍ବଷ୍ଟର

ମୁମ୍ବଇ: ରାଜ ମେହତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗୁଡ଼୍‍ ନ୍ୟୁଜ୍‍’ ଶୁକ୍ରବାର ପରଦାକୁ ଆସିଛି। ଏଥିରେ ଅକ୍ଷୟ କୁମାର, କରୀନା କପୁର, ଦିଲଜିତ୍‍ ଦୋସାଂଝ୍‍ ଓ କିୟାରା ଆଡ଼ଭାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ଖୁବ୍‍ ପ୍ରଶଂସା କରାଯାଉଛି। ଚଳଚ୍ଚିତ୍ରରେ ସମସ୍ତ କଳାକାରଙ୍କ ଅଭିନୟକୁ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି। କିଛି ଦର୍ଶକ ଏହାକୁ ବ୍ଲକ୍‍ବଷ୍ଟର ବୋଲି ମଧ୍ୟ କହିଛନ୍ତି। ଲୋକେ ଚଳଚ୍ଚିତ୍ରକୁ ୪ ଷ୍ଟାର ଦେଇଛନ୍ତି।
ଅପର ପକ୍ଷରେ ପ୍ରଥମ ଦିନରେ ଚଳଚ୍ଚିତ୍ର କେତେ ଆୟ କରିବ ସେ ନେଇ ସମୀକ୍ଷକମାନେ ଆକଳନ କରିଛନ୍ତି। ସୂଚନା ଅନୁସାରେ, ‘ଗୁଡ଼୍‍ ନ୍ୟୁଜ୍‍’ ପ୍ରଥମ ଦିନରେ ୧୪ ରୁ ୧୫.୫୦ କୋଟି ଟଙ୍କା ଆୟ କରିପାରେ। ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକଙ୍କ ବହୁତ ଭଲ ପ୍ରତିକ୍ରିୟା ମିଳିଛି। ତେବେ ଦେଖିବା ବାକି ରହିଲା, ଚଳଚ୍ଚିତ୍ରର ଆୟ କଳାକାରଙ୍କୁ ଗୁଡ଼୍‍ ନ୍ୟୁଜ୍‍ ଦେଇ ପାରୁଛି କି ନାହିଁ।

Comments are closed.