ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମ୍ବାଦ: ୨୦୨୧ରେ ୪ଥର ହେବ ଇଞ୍ଜିନିଅରିଂ ପ୍ରବେଶିକା (ଜେଇଇ)

ନୂଆଦିଲ୍ଲୀ : ଆସନ୍ତା ବର୍ଷ ୪ଥର ହେବ ଜେଇଇ ପରୀକ୍ଷା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଶିକ୍ଷା ମନ୍ତ୍ରଣାଳୟର ଏହି ପଦକ୍ଷେପ ଦ୍ବାରା ଆଗାମୀ ବର୍ଷ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ପୂର୍ବ ଅପେକ୍ଷା ଜେଇଇ ପରୀକ୍ଷାରେ ଛାତ୍ରମାନଙ୍କ ପାଇଁ ଅଧିକ ସୁଯୋଗ ଉପଲବ୍ଧ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ସୂଚନା ଦେଇଛନ୍ତି ।

ଶ୍ରୀ ନିଶଙ୍କ କହିଛନ୍ତି ଯେ ୨୦୨୧ରେ ୪ଥର ଜେଇଇ ମେନ୍ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି । ଫେବୃଆରୀ ଶେଷରେ ଏହା ଆରମ୍ଭ ହେବ | ଏହା ପରେ ମାର୍ଚ, ଏପ୍ରିଲ ଓ ମେ ମାସରେ ୩-୪ ଦିନ ଲେଖାଏଁ ପରୀକ୍ଷା କରାଯିବାକୁ ଯୋଜନା କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ୟ ଏକ ଜେଇଇ ପରୀକ୍ଷା ପାଇଁ ଏକ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଥିବାବେଳେ ଏହି ପରୀକ୍ଷା ପାଇଁ ସିଲାବସ୍ ମଧ୍ୟ ସେୟାର କରାଯାଇଛି।  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜେଇଇ ପରୀକ୍ଷାର ପାଠ୍ୟକ୍ରମ ବିଷୟରେ ଯେପରି କୌଣସି ଦ୍ବନ୍ଦ୍ବ ନ ରହିବ ସେଥିପାଇଁ ମଧ୍ୟ ପ୍ରୟାସ କରାଯାଉଛି ।

Comments are closed.