ସ୍ଵର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଖଣ୍ଡଦେଉଳି ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରାକ୍ ପ୍ରସ୍ତୁତି ବୈଠକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡ ଦେଉଳି ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ଆସନ୍ତା ଡିସେମ୍ବର ମାସ ଚତୁର୍ଥ ସପ୍ତାହରେ ହେବାକୁ ଥିବା ସୁଵର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶିକ୍ଷା ପରାମର୍ଶଦାତା ଉପେନ୍ଦ୍ର କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ବିନିତା କୁମାରୀ ସେନାପତି ସଭାପତିତ୍ୱ କରିଥିଲେ। ଶିକ୍ଷା ଅନୁଷ୍ଠାନର ସୁଵର୍ଣ୍ଣ ଜୟନ୍ତୀ କିଭଳି ଭାବେ ହେବ ତାହାର ରୂପରେଖ କିପରି ରହିବ ସେ ଉପରେ ଆଲୋଚନା ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ବୈଠକରେ କୁହାଯାଇଥିଲା।

ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀ, ଶିକ୍ଷାବିତ ନିରଞ୍ଜନ ତ୍ରିପାଠୀ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଶ୍ବମ୍ବର ପଣ୍ଡା, ବିଦ୍ୟାଳୟ ପ୍ରତିଷ୍ଠାତା ଅଭିରାମ ବେହେରା, ପୂର୍ଵତ୍ତନ ସରପଞ୍ଚ ବଂଶୀଧର ଗୌଡ଼, ଶିକ୍ଷାବିତ ରାମଚନ୍ଦ୍ର ନାୟକ, ସ୍ଵର୍ଣ୍ଣ ଜୟନ୍ତୀ ପରିଚାଳନା କମିଟି ସଭାପତି ଡି.ପଦ୍ମ ଚରଣ ପ୍ରଧାନ, ପୂର୍ବତନ ସ୍ଥାନୀୟ କଲେଜ ଅଧ୍ୟକ୍ଷ ଦଣ୍ଡାପାଣି ମହାପାତ୍ର, ସଂଯୋଜକ କନ୍ଧ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ପ୍ରାକ ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଡ଼.ଶଙ୍କର ନାରାୟଣ ବେଜ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ୟ୍ୟକ୍ରମ ସମ୍ପାଦନା କରିଥିଲେ। ଶେଷରେ ଶିକ୍ଷକ ବିଗ୍ନରାଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରମାନେ ଯୋଗ ଦେଇଥିଲେ।

Comments are closed.