୬୦୦ ଗୁଣ ବଢ଼ିଛି ସୁନା ଦର; ୧୯୪୭ ମସିହାରେ ୧୦ ଗ୍ରାମକୁ ଥିଲା ଏତିକି ଟଙ୍କା

ଏକ ସମୟ​‌ରେ ଭାରତକୁ କୁହାଯାଉଥିଲା ‘ସୁନାର ଭାରତ’ । ଏହାର କାରଣ ଯାହା ବି ହେଉ ନା କାହିଁକି ଅଧିକାଂଶ ଭାରତୀୟଙ୍କ ଘରେ ସୁନା ଥିବ ହିଁ ଥିବ । କାହାଘରେ ରତିଟିଏ ହେଉ ବା କାହା ପାଖରେ କିଲେ । ଆଜି ବି ପୃଥିବୀର ଅନେକ ଦେଶର ଜିଡ଼ିପି ଠାରୁ ଅଧିକ ମୂଲ୍ୟର ସୁନା ଭାରତର ବିଭିନ୍ନ ମନ୍ଦିରରେ ରହିଛି । ବିଶ୍ଵ ସ୍ବର୍ଣ୍ଣ କାଉନ୍ସିଲ (ୱାର୍ଲ୍ଡ଼ ଗୋଲ୍ଡ଼ କାଉନସିଲ) ସୂଚନା ଅନୁସାରେ ଆମ ଦେଶର ବିଭିନ୍ନ ବ୍ୟକ୍ତି ଓ ମନ୍ଦିରରେ ପ୍ରାୟ ୨୫ ହଜାର ଟନ୍ ସୁନା ରହିଛି, ଯାହାର ପରିମାଣ ୭୫ ଲକ୍ଷ କୋଟି ଟଙ୍କାରୁ ଅଧିକ ।

Courtesy: Dainik Bhaskar:

ଭାରତରେ ସୁନାକୁ ଏଥିପାଇଁ ଅଧିକ ପସନ୍ଦ କରାଯାଏ ଯେ ଏହା ଏକ ସୁରକ୍ଷିତ ନିବେଶ । ସୁନାର ଦର ପ୍ରାୟ ବଢ଼ିବଢ଼ି ଚାଲିଛି ଓ ଆବଶ୍ୟକ ପଡ଼ିଲେ ସୁନା ବନ୍ଧକ ରଖି କରଜ ଅଣାଯିବା ସହଜ । ତେବେ ଆମ ଦେଶରେ ସୁନା ଦର ଅତୀତରେ କେତେ ଥିଲା ଓ କେତେ ଅଛି ତାହା ତୁଳନା କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ସ୍ବାଧୀନତା ସମୟରେ (୧୯୪୭) ମସିହାରେ ଭାରତରେ ସୁନା ୧୦ ଗ୍ରାମର ମୂଲ୍ୟ ଥିଲା ମାତ୍ର ୮୮ଟଙ୍କା ୬୨ ପଇସା । ଆଉ ଆଜି ୧୦ ଗ୍ରାମ ସୁନା ଦର ୫୪ ହଜାର ଟଙ୍କାରୁ ଅଧିକ । ଅର୍ଥାତ ୭୩ ବର୍ଷରେ ସୁନା ଦର ବଢ଼ିଛି ୬୦୦ଗୁଣ।

Comments are closed.