ଦିନକରେ ରୁପା ୧୨୦୦ ଟଙ୍କା ବଢ଼ିଲା : ସୁନା ଭରି ୫୦,୧୮୪ ଟଙ୍କା

ନୂଆଦିଲ୍ଲୀ : ​କୋଭିଡ୍‌-୧୯ ସମୟରେ ବି ହୁ ହୁ ହୋଇ ବଢ଼ୁଛି ସୁନା ଏବଂ ରୁପା ଦର। ପରିସ୍ଥିତି ଏଭଳି ହୋଇଛି ଘରୋଇ ବଜାରରେ ଏବେ ଉଭୟ ସୁନା ଭରି ଏବଂ ରୁପା କିଲୋ ୫୦,୦୦୦ ଟପିଯାଇଛି। ଏମିତିକି ଆଜି ଗୋଟିଏ ଦିନରେ ବଜାରରେ ରୁପା କିଲୋ ପିଛା ୧୨୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି।
ବିଶ୍ବ ବଜାରରେ ସୁନା ଚାହିଦା ବଢ଼ିବାରେ ଲାଗିଛି। କାରଣ ପୁଞ୍ଜିବଜାରରେ ନିିବେଶକମାନେ ଏବେ ସୁନାକୁ ହିଁ ଏକ ମାତ୍ର ଭରସାଯୋଗ୍ୟ ନିବେଶ ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ଫଳସ୍ବରୂପ ଘରୋଇ ବଜାରରେ ଏହି ଧାତବ ପଦାର୍ଥର ମୂଲ୍ୟ ବଢ଼ୁଛି। ଯାହା ଫଳରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୨୩୨ ଟଙ୍କା ବୃଦ୍ଧି ଘଟି ୫୦,୧୮୪ ଟଙ୍କା ହୋଇଛି। ସେହିଭଳି ରୁପା ମୂଲ୍ୟ କିଲୋ ପିଛା ଦିନକରେ ୧୨୭୫ ଟଙ୍କା ବୃଦ୍ଧି ଘଟି ୫୨,୯୩୦ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବାରରେ ନ୍ୟୁୟର୍କଠାରେ ସୁାନା ଆଉନ୍ସ ପିଛା ୧୮୧୩ ଡଲାର ଛୁଇଁଥିବାବେଳେ ରୁପା ଆଉନ୍ସ ପିଛା ୧୮.୯୪ ଡଲାରରେ ପହଞ୍ଚିଛି।

Comments are closed.