ସଫା କରିବା ଆଳରେ ଲୁଟି ନେଲେ ସୁନା ଗହଣା

ସିନ୍ଧେକେଲା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଡାକ୍ତରଖାନା କଲୋନୀରେ ରହୁଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ବିଭାବରୀ ମହାପାତ୍ରଙ୍କ ଘରୁ ଦିନ ଦ୍ୱିପ୍ରହରରେ ସୁନା ଗହଣା ନେଇ ଚମ୍ପଟ ମାରିଛି ଦୁର୍ବୁତ୍ତ। ମିଳିଥିବା ସୂଚନା ଅନୁସାରେ ଦିନ ପ୍ରାୟେ ୧୧ଟା ସମୟରେ ସେ ଘରେ ଏକୁଟିଆ ଥିବା ବେଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଆସି ଉଜାଲା କମ୍ପାନୀରୁ ଆସିଛୁ ସମସ୍ତ ପ୍ରକାର ସୁନା, ଚାନ୍ଦି ଇତ୍ୟାଦି ସଫା କରିବା ପାଇଁ କହିବାରୁ ସେ ପ୍ରଥମେ ନିଜ ହାତରେ ପିନ୍ଧିଥିବା ମୁଦି ସଫା କରିଥିଲେ ପରେ ସେମାନେ ମାଳି ଅଛି ଯଦି ଆଣ ତାହା ବି ସଫା କରିଦେବୁ ବୋଲି କହିବାରୁ ସେ ମାଳି ଲକେଟ ସହ ଆଣି ଦେଇଥିଲେ। ପରେ ହଳଦୀ ଟିକିଏ ଆଣିବାକୁ କହି ସେପଟେ ହଳଦୀ ଆଣି ଗଲା ବେଳକୁ ଉକ୍ତ ମୁଦି ମାଳି ଲକେଟ ପ୍ରାୟ ଦୁଇ ଭରି ହେବ ସବୁତକ ଧରି ଚମ୍ପଟ ମାରିଥିଲେ।

ପାଖରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ ରମେଶ ସାହୁଙ୍କ ଝିଅ ରଶ୍ମିତା ସାହୁ ଘରକୁ ମଧ୍ୟ ତା ପୂର୍ବରୁ ସେମାନେ ଅଳଙ୍କାର ସଫା କରି ମଗେଇବା ପାଇଁ ଯାଇଥିଲେ ସେମାନେ ବ୍ୟସ୍ତ ଥିବାରୁ ମନା କରିଦେଇଥିଲେ। ସେମାନେ ଦୁଇ ଜଣ ଏକ ବାଇକରେ ଫେରାର ମାରିଥିବା ପାଖ ଲୋକେ ଦେଖିଥିଲେ। ସେମାନେ ସ୍ପଷ୍ଟ ହିନ୍ଦି ଭାଷା କହୁଥିବା ଜଣାପଡିଛି। ଏ ନେଇ ଶ୍ରୀମତୀ ମହାପାତ୍ର ଥାନାରେ ଲିଖିତ ଅଭିଯୋଗ କରିବାରୁ ବିଭିନ୍ନ ଜାଗାରେ ସିସିଟିଭି ଫୁଟେଜ ଦେଖି ତଦନ୍ତ କରୁଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।

Comments are closed.