ଦିନ ଦ୍ବିପହରେ ଛୁରି ଦେଖାଇ ୨୫ ଭରି ସୁନା ଲୁଟ୍ ଅଭିଯୋଗ

ଗୁଣୁପୁର : ଗୁଣୁପୁର ପୌରପରିଷଦ ବାବୁଲିନଗର ଲେନ୍ ୫ ରେ ଜଣେ ବୃଦ୍ଧ ଘରେ ଥିବା ସୁଯୋଗ ନେଇ  ଦୁବୃର୍ତ୍ତ ଛୁରି ଦେଖାଇ ୨୫ ଭରି ସୁନା ନେଇଯାଇଥିବା ଗୁଣୁପୁର ଥାନାରେ ଅଭିଯୋଗ ହୋଇଛି।  ବୁଦ୍ଧ ଙ୍କ ନାମ ହେଉଛି ବିନୋଦ ଚନ୍ଦ୍ର ମହାପାତ୍ର । ବିନୋଦ ଚନ୍ଦ୍ରଙ୍କ ପୁଅ  ଓ ବୋହୁ ଏବଂ ତାଙ୍କ ପତ୍ନୀ ରାୟଗଡା ଅଭିମୁଖେ ଯାଇଥିଲେ। ଘରେ କେବଳ ବିନୋଦ ଚନ୍ଦ୍ର ମହାପାତ୍ର ଥିଲେ । ଏହାର ସୁଯୋଗ ନେଇ ଦୁବୃର୍ତ୍ତ ଜଣକ କୋରିୟର୍ ବୟ କହି ଘରକୁ ପଶିଥିଲେ। ଏହାପରେ ବୃଦ୍ଧ ଜଣକ କୋରିୟର୍ ବୟ ଭାବି ଘରର ଗେଟ୍ ଖୋଲିଥିଲେ। ଏହାପରେ ଦୁବୃର୍ତ୍ତ  ପିଇବା ପାଣି ମାଗିଥିଲେ । ବୃଦ୍ଧ ପିଇବା ପାଣି ଦେବାକୁ ଗଲାବେଳେ ଦୁର୍ବୁତ ଛୁରି ଦେଖାଇ ତାଙ୍କୁ ଆକ୍ରମଣ କରିଥିଲେ । ବୃଦ୍ଧ ଙ୍କ ହାତରେ କିଛି ଆଘାତ ଲାଗିଥିଲା। ପରେ ବୃଦ୍ଧ ଡରିଯାଇଥିଲେ । ଏହାପରେ ଦୁବୃର୍ତ୍ତ ସେ ପିନ୍ଧିଥିବା ଚେନ୍, ହାତର ବ୍ରେସାଲଟ, ଓ ଘରେ ଆଲମିରାରେ ଥିବା ବିଭିନ୍ନ ଗହଣାକୁ ଚୋରି କରି ନେଇଯାଇଥିଲେ। ତାଙ୍କ ପୁଅ ରମାକାନ୍ତ ମହାପାତ୍ର ରାୟଗଡାରୁ ଫେରି ଘରେ ଦେଖିବାକୁ ପାଇଥିଲେ ଯେ, ତାଙ୍କର ପାଖାପାଖି ୨୫ ତୋଳା ଗହଣା ଚୋରି ହୋଇଯାଇଛି। ସଙ୍ଗେ ସଙ୍ଗେ ସେ ଗୁଣୁପୁର ଥାନାରେ ଜଣାଇଥିଲେ। ଏହି ଅଭିଯୋଗ ନେଇ ଘଟଣା ସ୍ଥଳରେ  ଗୁଣୁପୁର ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ଏଭଳି ଘଟଣା ଅଞ୍ଚଳରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି।

Comments are closed.