ଆଇଆଇଏଫଏଲ ସୁନା ଲୁଟ ଘଟଣା ; ଆଉ ୨ ଗିରଫ

କଟକ : : କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଆଉ ୨ ଜଣ ଗିରଫ ହୋଇଥିବା ଶନିବାର ଜଣାପଡିଛି। ଗିରଫମାନଙ୍କ ମଧ୍ୟରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଜଣେ ସୁନା ଦୋକାନୀ ଓ ଆଲାମଚାନ୍ଦ ବଜାରର ଆଉ ଜଣେ ସୁନା ଦୋକାନୀ ବୋଲି ଜଣାପଡ଼ଇଛି। ଉଭୟେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.