ଦୀର୍ଘ ଦିନର ବିବାଦ ପରେ ତେନ୍ତଳା ଗ୍ରାମରେ ଗୋଦାଣ୍ଡି ଚିହ୍ନଟ କଲା ରାଜସ୍ବ ବିଭାଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ତେନ୍ତଳା ଗ୍ରାମରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା ଗୋଦାଣ୍ଡି ରାସ୍ତାକୁ ଆଜି ତୁରୁମୁଙ୍ଗା ପୋଲିସ ଉପସ୍ଥିତିରେ ଚିହ୍ନଟ କରାଯାଇଛି । ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ତୁରୁମୁଙ୍ଗା ଆରଆଇ ଶିବ ମହାନ୍ତ, ବୁଢିକାପୁଡି ପଞ୍ଚାୟତର ସରପଞ୍ଚ ଯଦୁମଣି ନାଏକ ଓ ଗ୍ରାମବାସୀଙ୍କ ଉପସ୍ଥିତି ରେ ଚିହ୍ନଟ କରିଛନ୍ତି । ଗ୍ରାମରୁ ନଦୀ ପର୍ୟ୍ୟନ୍ତ ଯାଇଥିବା ଗୋଦାଣ୍ଡି ରାସ୍ତାକୁ କିଛି ଲୋକ ନିଜ ଅକ୍ତିଆରକୁ ନେଇଥିବାରୁ ଏହାକୁ ନେଇ ଗ୍ରାମବାସୀ ପାଟଣା ତହସିଲଦାରଙ୍କ ନିକଟରେ ଚିହ୍ନଟ ପାଇଁ ଅଭିଯୋଗ କରିଥିଲେ । ତେବେ ଆଜିର ପଦକ୍ଷେପ ପରେ ଗୋଦାଣ୍ଡି ଜବରଦଖଲ ମୁକ୍ତ ହୋଇଥିବା ସୂଚନା ମିଳିଛି ।

Comments are closed.