କରୋନା ଔଷଧ ପରୀକ୍ଷା କରିବ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ – ସେୟାର ମୂଲ୍ୟ ୯% ବୃଦ୍ଧି

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସକୁ କୋଭିଡ-୧୯ ଚିକିତ୍ସା ପାଇଁ ‘ଫାଭିପିରାଭିର’ ଔଷଧ ପରୀକ୍ଷା ଅନୁମତି ମିଳିବା ପରେ ଆଜି ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ସେୟାର ମୂଲ୍ୟରେ ପ୍ରାୟ ୯ ପ୍ରତିଶତ ବୃଦ୍ଧି ଘଟିଛି। ଜଣେ ଚୀନ ଅଧିକାରୀଙ୍କ କହିବା ଅନୁଯାୟୀ, ଜାପାନର ଫୁଜିଫିଲ୍ମ ହୋଲ୍ଡିଂ କର୍ପର ଏକ ୟୁନିଟ୍ ‘ଆଭିଗାନ୍’ ବ୍ରାଣ୍ଡ ନାମରେ ଆଣ୍ଟି ଫ୍ଲୁ ଔଷଧ ‘ଫାଭିପିରାଭିର’ ପ୍ରସ୍ତୁତ ହୋଇଛି ଏବଂ ତାହା କରୋନା ଭାଇରସ୍ ରୋଗୀଙ୍କୁ ସୁସ୍ଥ କରିବାରେ ପ୍ରଭାବଶାଳୀ ହୋଇପାରିଛି।

ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର ଗ୍ଲୋବାଲ୍ ଆର ଆଣ୍ଡ ଡି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସୁଶ୍ରୁତ କୁଲକର୍ଣ୍ଣି କହିଛନ୍ତି ଯେ ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ଉପରେ ଫାଭିପିରାଭିର ଔଷଧର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଯଦିଓ ଡ୍ରଗ୍ ରେଗୁଲେଟର ଜେନେରାଲ୍ ଅଫ୍ ଇଣ୍ଡିଆର ଡ୍ରଗ୍ ନିୟନ୍ତ୍ରକ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବୁଧବାର ଦିନ ଅନ୍ୟ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଷ୍ଟ୍ରାଇଡସ୍ ଫାର୍ମା ସାଇନ୍ସ ଲିମିଟେଡ୍ କହିଛି ଯେ ସେମାନେ ମଧ୍ୟ ଫାଭିପିରାଭିର ଆଣ୍ଟିଭାଇରାଲ୍ ଟାବଲେଟ୍ ପରୀକ୍ଷା ଆରମ୍ଭ କରିବା ପାଇଁ ଭାରତୀୟ ଡ୍ରଗ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଛି।

Comments are closed.