ପ୍ରକଳ୍ପର ସଫଳତା ଲାଗି ମହାପ୍ରଭୁ ଆଶୀର୍ବାଦ ଦିଅନ୍ତୁ

ଶ୍ରୀମନ୍ଦିର ସଂକଳ୍ପ ପାରିତ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ସର୍ବସମ୍ମତିକ୍ରମେ ଶ୍ରୀମନ୍ଦିର ପରିକ୍ରମା ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବାରୁ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ମୁଁ କୃତଜ୍ଞତା ଜଣାଉଛି। ପୁରୀକୁ ବିଶ୍ୱର ସର୍ବୋତ୍କୃଷ୍ଟ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଏହା ଐତିହାସିକ ପ୍ରକଳ୍ପ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ପ୍ରକଳ୍ପକୁ ପୂର୍ଣ୍ଣ ସଫଳ କରିବାକୁ ଆଶୀର୍ବାଦ ଦିଅନ୍ତୁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କାମନା କରି ମତ ରଖିଛନ୍ତି।

Comments are closed.