ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଦେଉଛି “ପିପୁଲ ଫର ସେବା’

ପିପିଲି : ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଲକ୍‍ଡାଉନ୍‍କୁ କଡାକଡି କରାଯାଇଥିବା ବେଳେ ନିରାଶ୍ରୟଙ୍କ ପାଇଁ ମାନବିକତା ଦେଖାଇଛି ପିପିଲି ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପିପୁଲ ଫର ସେବା’। ପିପିଲି ପୌରାଞ୍ଚଳ, କଣ୍ଟି, ବ୍ଲକଛକ, ବାଇପାସ ଓଭରବ୍ରିଜ୍‍ ଛକ, ଗୁଡିଆପୋଖରୀ ଓ ଉତ୍ତରା ଆଦି ଅଞ୍ଚଳରେ ରହୁଥିବା ୨ ଶହରୁ ଅଧିକ ବାସହରା, ନିରାଶ୍ରୟ, ଅସହାୟ ଲୋକଙ୍କୁ ଏହି ଅନୁଷ୍ଠାନ ପକ୍ଷରୁ ଗତ ୬ଦିନ ଧରି ନିୟମିତ ମାଗଣା ରନ୍ଧାଖାଦ୍ୟ ଖାଇବାକୁ ଦିଆଯାଉଛି। ଅନୁଷ୍ଠାନର ସଭାପତି ଆଦିତ୍ୟ ଦାସଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରକାଶ ସାହୁ, ଜ୍ୟୋତିରଞ୍ଜନ ନାୟକ, ବିଶୁ ଦୀକ୍ଷିତ, ପ୍ରଶାନ୍ତ ସାହୁ, ଟୁନା ସାହୁ ଓ ରଞ୍ଜିତ ଘୋଷ ପ୍ରମୁଖ ଏହି ସେବା କରୁଥିବା ବେଳେ ଏଥିପାଇଁ ସାଧାରଣରେ ଅନୁଷ୍ଠାନକୁ ଉଚ୍ଚ ପ୍ରଶଂସା କରାଯାଇଛି । ରନ୍ଧାଖାଦ୍ୟ ବଣ୍ଟନ ସମୟରେ ପୁଲିସ, ଗଣମାଧ୍ୟମ ପ୍ରତିନିଧିମାନେ ଏହି ଅନୁଷ୍ଠାନକୁ ସହଯୋଗ କରୁଥିବା ବେଳେ ତାଲାବନ୍ଦ ପର୍ଯ୍ୟନ୍ତ ଅସହାୟଙ୍କୁ ଏହି ରନ୍ଧା ଖାଦ୍ୟ ପ୍ରଦାନ ଜାରି ରହିବ ବୋଲି ପ୍ରକାଶ ସାହୁ ସୂଚନା ଦେଇଛନ୍ତି ।

Comments are closed.