ମାଟ୍ରିକ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର : ମାଟ୍ରିକ ପରୀକ୍ଷାରେ ବିଫଳତା ନେଇ ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ନଦୀଗାଁର। ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷାରେ ଫେଲ ହେବା ପରେ ବିଷପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.