ଅନଲାଇନରେ ଝିଅଟି ବରାଦ ଦେଲା ଖାଦ୍ୟ; ପହଞ୍ଚିଲେ ଜଣକ ପରେ ଜଣେ ୪୨ ଜଣ ଡ଼େଲିଭରୀ ବୟ

ମାନିଲା: ଫିଲପାଇନ୍ସରୁ ଏକ ମଜାଦାର ଖବର ଆସିଛି । ଜଣେ ଝିଅ ଅନଲାଇନରେ ବରାଦ ଦେଇଥିବା ଖାଦ୍ୟ ନେଇ ଜଣକ ପରେ ଜଣେ ୪୨ ଜଣ ଡ଼େଲିଭରି ବୟ ଖାଦ୍ୟ ପାର୍ସଲ ନେଇ ଆସିବା ପୁରା ଦେଶରେ ରୋଚକ ଖବର ହୋଇଛି । ଖାଦ୍ୟ ଅର୍ଡ଼ର କରିଥିବା ଯୁବତୀ ଏହା କେମିତି ଘଟିଲା ତାହା ତ ଜାଣି ପାରି ନ ଥିଲେ, ମାତ୍ର ଯେତେବେଳେ ଏହାର ଖୋଳତାଡ଼ ହେଲା ସେତେବେଳେ ପୁରା ଖବର ପଦାକୁ ଆସିଲା ।

ସୂଚନା ଅନୁସାରେ ଫିଲପାଇନ୍ସ ସେବୁ ସିଟିର ଜଣେ ସ୍କୁଲ ଝିଅ ଏକ ଫୁଡ଼ ଡ଼େଲିଭରୀ ଆପ୍ (ଖାଦ୍ୟ ଆପ୍)  ଭୋଜନ ପାଇଁ ଖାଦ୍ୟ ବରାଦ କରିଥିଲେ। ଏହାପରେ ସେ ଓ ତାଙ୍କ ଜେଜେ ମା ଖାଦ୍ୟକୁ ଅପେକ୍ଷା କରିବାକୁ ଲାଗିଲେ । ଏହାପରେ ଯାହା ଘଟଲା ତାହା ହିଁ ଥିଲା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଜଣେ ଡ଼େଲିଭରୀ ବୟ ଖାଦ୍ୟ ନେଇ ଝିଅଟିର ଘରେ ପହଞ୍ଚିଲେ । ମାତ୍ର ଏହା ପଛେ ପଛେ ଜଣକ ପରେ ଡ଼େଲିଭରୀ ବୟ ମଧ୍ୟ ଝିଅଟିର ଘରେ ଆସି ପହଞ୍ଚିଲେ । ଶେଷରେ ଏହି ପିଲାମାନଙ୍କ ସଂଖ୍ୟା ୪୨ ଜଣରେ ପହଞ୍ଚିଲା ।

ଶେଷରେ ଜଣାପଡ଼ିଲା ଫୁଡ଼୍ ଆପ (ଖାଦ୍ୟ ଆପ୍)ରେ ବୈଷୟିକ ତୃଟି ଯୋଗୁଁ ଏପରି ଘଟଣା ଘଟିଥିଲା । ଯାହା ଫଳରେ ଖାଦ୍ୟ ଡ଼େଲିଭରି ପାଇଁ ଜଣକ ବଦଳରେ ୪୨ଟି ସ୍ଥାନକୁ ମେସେଜ ଯାଇଥିଲା ଓ ୪୨ ଜଣ ଖାଦ୍ୟ ନେଇ ଝିଅଟିର ଘରେ ପହଞ୍ଚିଥିଲେ ।

Comments are closed.