ପୋଖରୀରେ ପଡି ଶିଶୁ କନ୍ୟା ମୃତ

ପାଟଣା : ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ କପାସପଡା ଗ୍ରାମରେ ରବିବାର ସନ୍ଧ୍ୟାରେ ପୋଖରୀରେ ପଡି ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ସଂଜୟ ନାଏକଙ୍କ ଦେଢ ବର୍ଷର ଝିଅ ମୁନୁମୁନ ନାଏକ।

ମିଳିଥିବା ସୂଚନା ଅନୁସାରେ, ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଅନ୍ୟ ଶିଶୁମାନେ ଘରକୁ ଫେରିଯାଇଥିବା ବେଳେ ମୁନୁମୁନ ଘରକୁ ନ ଫେରିବାରୁ ତାକୁ ଖୋଜାଖୋଜି ସମୟରେ ପୋଖରୀ ମଧ୍ୟରୁ ତାହାର ମୃତ ଦେହ ମିଳିଥିଲା । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଆଜି ପାଟଣାରେ ମୃତ ଶିଶୁ କନ୍ୟାଟିର ବ୍ୟବଛେଦ କରାଇ ମରଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

Comments are closed.