ଦିନକ ପରେ ସିଏଜି ଭାବରେ ଦାୟିତ୍ଵ ନେବେ ଗିରୀଶ ଚନ୍ଦ୍ର ମୁର୍ମୁ

ଓଡ଼ିଆ ଆଇଏଏସ୍ ତଥା ଗୁଜରାଟ କ୍ୟାଡ଼ର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ ଦିନକ ପରେ  ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି) ଭାବରେ ଦାୟିତ୍ଵ ନେବେ । ମୟୂରଭଞ୍ଜର ବେତନଟୀଠାରେ ଜନ୍ମିତ ଶ୍ରୀ ମୁର୍ମୁ ଏହି ପଦରେ ପ୍ରଥମ ଓଡ଼ିଆ ଭାବରେ କାର୍ଯ୍ୟ କରିବେ । ୧୯୮୫ ବ୍ୟାଚ୍ ଆଇଏଏସ୍ ଶ୍ରୀ ମୁର୍ମୁ ଗତକାଲି ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାପରେ ତାଙ୍କୁ ସିଏଜି ଭାବରେ ଅବସ୍ଥାପିତ କରାଯିବ ବୋଲି ଖବର ପ୍ରସାରିତ ହୋଇଥିଲା । ଆଜି କେନ୍ଦ୍ର ସରକାର ଏ ସମ୍ପର୍କରେ ନିଯୁକ୍ତି ନିର୍ଦେଶ ଜାରି କରିଛନ୍ତି ।

ବର୍ତମାନର ସିଏଜି ରାଜୀବ ମେହେର୍ଷି ଆସନ୍ତା ୮ ତାରିଖରେ ତାଙ୍କ ପଦରୁ ଅବସର ଗ୍ରହଣ କରିବେ । ଶ୍ରୀ ମୁର୍ମୁ ତାଙ୍କଠାରୁ ନୂତନ ସିଏଜି ଭାବରେ ଦାୟିତ୍ଵ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

Comments are closed.