ଭରୁଆମୁଣ୍ଡାରେ ଗିରିଗୋବର୍ଦ୍ଧନ ପୂଜା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତର ଭରୁଆମୁଣ୍ଡା ଗ୍ରାମରେ ତିନିଦିନ ଧରି ଚାଲିଥିବା ଗିରିଗୋବର୍ଦ୍ଧନ ପୂଜା ମଙ୍ଗଳବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଯାଦବ ସମାଜ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ବର୍ଷ ପୂଜା ଉପଲକ୍ଷେ ଗିରିଗୋବର୍ଦ୍ଧନଙ୍କ ମୂର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ରାମଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗୁଣନିଧି ଛତର, ଚନ୍ଦ୍ର ଶେଖର ହଂସ ପୂଜା କର୍ତ୍ତା ଭାବେ ଯୋଗଦେଇଥିଲେ। ସୁଦନ ହଂସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ତିନି ନାତି ଖୁଲ ହଂସ, ଚନ୍ଦ୍ରଶେଖର ହଂସ, ବୃଷଭ ହଂସ ଉତ୍ସବ ଆୟୋଜନ ନିମନ୍ତେ ଜମି ଦାନ କରିଥିବା ଜଣାପଡିଛି। ଉତ୍ସବର ପ୍ରଥମ ଦିନରେ ପାଟଣାଗଡ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ସରପଞ୍ଚ ଖଗେଶ୍ୱର ପଧାନଙ୍କ ସମେତ ଯାଦବ ସମାଜ ଉପ ସଭାପତି ଦଳ ନିଆଲ, ସମ୍ପାଦନ ତପନ ଛତର, ପୂର୍ବତନ ସଭାପତି ଛବିଲାଲ ଛତର ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବର ଦ୍ୱିତୀୟ ଦିନ ଗୋ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଗୋ ସେବା ସମ୍ପର୍କରେ ସଚେତନ କରାଯାଇଥିଲା। ତିନିଦିନ ଧରି ଆନନ୍ଦ ବଜାର ଆୟୋଜିତ ହୋଇଥିବା ବେଳେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ। ମଙ୍ଗଳବାର ପୂର୍ଣ୍ଣାହୂତି ଦିଆଯିବା ପରେ ଉତ୍ସବ ଉଦଯାପିତ ହୋଇଛି।

Comments are closed.