ଗିନିସ ବୁକ ରେକର୍ଡ଼ ନିଶାରେ ସୌଭାଗ୍ୟ 

ବେଗୁନିଆ : ବୋଲଗଡ଼ ବ୍ଲକ ଅସରଳା ପଞ୍ଚାୟତ ଅନ୍ତର୍ଗତ ମାଗୁରା ଗ୍ରାମର ଲକ୍ଷ୍ମୀଧର ବରାଡ଼ଙ୍କ ବଡ ପୁଅ ସୌଭାଗ୍ୟ (୨୫) ଏକ ବ୍ରିଟାନିଆ ବିସ୍କୁଟ କମ୍ପାନୀରେ କାମ କରନ୍ତି। ପିଲାଟି ଦିନରୁ ମନରେ କିଛି ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇ ଗିନିସ ବୁକ ରେକର୍ଡ କରିବା ସ୍ୱପ୍ନ ଦେଖୁଛନ୍ତି । ୨୦୧୭ ମସିହାରେ ବାପା ଓ ଅଜାଙ୍କ ପ୍ରେରଣାରେ  ଯୋଗର ଶୀର୍ଷାସନ ଓ ପଦ୍ମାସନରେ ହାତରେ ଯଥାକ୍ରମେ ୩ଶହ ଓ ୧ ଶହ ମିଟର ହାତରେ ଚାଲୁଛନ୍ତି। ଏବେ ପାଣି ଭିତରେ ମୁହଁ ବୁଡାଇ ଶୀର୍ଷାସନ,ପଦ୍ମାସନ,ବୋତଲ ଉପରେ ହାତ ରଖି ଦଣ୍ଡ ମାରିବା ଓ ହ୍ୟୁମାନ ଫ୍ଲାଏ ଆଦି ଅଭ୍ୟାସ କରି ଚାଲିଛନ୍ତି । ତାଙ୍କ ପାଖରେ ଏପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରୁ ପ୍ରଶିକ୍ଷଣ ପାଇଁ କୌଣସି ସହଯୋଗ ମିଳିପାରି ନାହିଁ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ପ୍ରଶିକ୍ଷଣର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Comments are closed.