ହିତକାରୀ ଅଦା

ପୋଷକତତ୍ତ୍ବ ଭରପୂର ଅଦା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ସହାୟକ ହୋଇଥାଏ। ଅଦାରେ ଥିବା କେରଟିସଲ୍ ତତ୍ତ୍ବ ଶରୀରର ଚର୍ବି କମ୍ କରୁଥିବାର ବିଶେଷଜ୍ଞଙ୍କ ମତ।
– ଦୈନିକ ସକାଳର ଆରମ୍ଭ ଆପଣ ଅଦା ମିଶ୍ରିତ ପାଣି ପିଇ କରିପାରିବେ। ପିଲାଠାରୁ ବୟସ୍କ ସମସ୍ତଙ୍କ ପାଇଁ ଏଇ ଅଦା ପାଣି ଖୁବ୍ ହିତକାରୀ।
– ଅଦା ଚା’ ମଧ୍ୟ ନିୟମିତ ପିଇବା ସ୍ବାସ୍ଥ୍ୟ ନିମନ୍ତେ ଭଲ।
– ଏହା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଅଦା ଛେଚାର ଉପଯୋଗ କରିପାରିବେ।
– ଥଣ୍ଡା, କାଶ ହେଲେ ଅଦା ରସ ପିଇଲେ ଲାଭ ମିଳେ। ଉତ୍ତମ ପାଚନ ଶକ୍ତି ନିମନ୍ତେ ମଧ୍ୟ ଏଇ ରସ ସ୍ବାସ୍ଥ୍ୟ ଉପର ଉତ୍ତମ ପ୍ରଭାବ ପକାଇଥାଏ।

Comments are closed.