ଗୋପବନ୍ଧୁ ନର୍ସିଂ କଲେଜ ପକ୍ଷରୁ ଅହିଂସା ରଥକୁ ପୂଜାର୍ଚ୍ଚନା

ଗୁରୁଡିଝାଟିଆ : ଲୋକ ସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଓ ସେବୀକା ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀଜୀଙ୍କ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସହିତ ଶାସ୍ତ୍ରୀୟ ବିଧିମୁତାବକ ବନ୍ଦାପନା କରାଯାଇଥିଲା। ୩ଶହରୁ ଅଧିକ ସେବୀକା ବିଦ୍ୟାର୍ଥୀ ଓ କର୍ମଚାରୀମାନେ ରାସ୍ତାର ଉଭୟ ପାର୍ଶ୍ବରେ ଛିଡା ହୋଇ ମହାତ୍ମାଗାନ୍ଧୀ ଅମର ରହେ,ଅହିଂସା ପରମଧର୍ମ, ଭାରତମାତା କୀ ଜୟ ଆଦି ସ୍ଲୋଗାନ ବିଦ୍ୟାର୍ଥୀମାନେ ଦେବା ସହିତ ରଥକୁ ପୁଷ୍ପବୃଷ୍ଟି କରିଥିଲେ । ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଓ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶଙ୍କ ନେତୃତ୍ୱରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। ଲୋକ ସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ତଥା ନର୍ସିଂ କଲେଜ ଓ ଚିକିତ୍ସାୟ ପରିଚାଳନା କିମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ, ଅଧ୍ୟାପିକା ଗିତାଞ୍ଜଳୀ ନନ୍ଦ, ଜୟଶ୍ରୀ  ପ୍ରଧାନ, ମଧୁସ୍ମୀତା ରାଉତ, ସୌଦାମିନୀ ସାହୁ, ରଞ୍ଜିତା ଦାସ, ସୁଶ୍ରୀ ସୁନିତା ଓ ଆକାଶଦୀପ ସାହୁ ପ୍ରମୁଖଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅହିଂସାରଥକୁ ସ୍ୱାଗତ କରିଥିଲେ।

Comments are closed.