ଏହି ଘରୋଇ ଉପାୟରେ ମାତ୍ର କିଛି ଦିନରେ ହିଁ ପାଆନ୍ତୁ ଗୋରା ଓ ଚମକପ୍ରଦ ଚେହେରା

ଏକ ସୁନ୍ଦର ଚେହେରା ପାଇବାକୁ ସମସ୍ତଙ୍କର ଆଶା ଥାଏ। ତ୍ବଚାର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରି ଥାଆନ୍ତି। ହେଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଭୟ ମଧ୍ୟ ରହିଛି। ଏବେ ପୁଣି ଗ୍ରୀଷ୍ମ ଋତୁ। ଏହିଦିନେ ତ୍ବଚା ସମସ୍ୟା ଅଧିକ ଦେଖାଦିଏ। ଅତ୍ୟଧିକ ଖରା ଯୋଗୁଁ ତ୍ବଚାର ଚମକ କ୍ଷୟ ହେବା ସହ ତ୍ବଚା କଳା ମଧ୍ୟ ପଡ଼ିଯାଏ। ଏସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ବିଶେଷ ଘରୋଇ ଉପଚାର ରହିଛି। ଏହାକୁ ଆପଣାଇବା ଦ୍ବାରା ମାତ୍ର କିଛି ଦିନରେ ହିଁ ଆପଣ ସମସ୍ତ ତ୍ବଚା ସମସ୍ୟାରୁ ମୁକ୍ତି ପାଇବା ସହିତ ଏକ ଗୋରା ଓ ଚମକପ୍ରଦ ତ୍ବଚା ପାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ –

ଏହି ଘରୋଇ ଉପଚାର ପାଇଁ କେବଳ ୩ଟି ଜିନିଷ ହଳଦୀ, ବେସନ ଏବଂ ଘିକୁଆଁରୀ ରସର ଆବଶ୍ୟକତା ରହିଛି। ଗୋଟିଏ ଗିନାରେ ଏକ ଚାମଚ ହଳଦୀ,ଏକ ଚାମଚ ବେସନ ଓ ଏକ ଚାମଚ ଘିକୁଆଁରୀ ରସ ବା ଏଲୋଭେରା ଜେଲକୁ ନେଇ ଭଲଭାବେ ମିଶାନ୍ତୁ।

ଏବେ ଏହି ମିଶ୍ରଣକୁ ତ୍ବଚାରେ ଭଲ ଭାବେ ଲଗାନ୍ତୁ। ଏହାପରେ ଏହାକୁ ଶୁଖିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଶୁଖିଯିବା ପରେ ଏହାକୁ ପରିଷ୍କାର ପାଣିରେ ସଫା କରିଦିଅନ୍ତୁ। ସପ୍ତାହକୁ ଦୁଇଥର ଏହାର ବ୍ୟବହାର କରିବା ଦ୍ବାରା ତ୍ବଚାରେ ଅଦ୍ଭୁତ ଚମକ ପରିଲକ୍ଷିତ ହୋଇଥାଏ। ତ୍ବଚାରେ ଚମକ ଆସିବା ପରେ ଆପଣ ସପ୍ତାହକୁ ଥରେ ମଧ୍ୟ ଏହି ଉପଚାର କରିପାରିବେ। ଏହା ତ୍ବଚାକୁ ସୁନ୍ଦର, କୋମଳ, ଗୋରା ଏବଂ ଚମକପ୍ରଦ କରିଥାଏ। ଏହାସହ ବ୍ରଣ ସମସ୍ୟା ଦୂର କରି ଦାଗ ମଧ୍ୟ ହଟାଇଥାଏ।

Comments are closed.