ନିଜ ପୁଅର ପରାଜୟ ପାଇଁ ସଚିନ ପାଇଲଟଙ୍କୁ ଦାୟୀ କଲେ ଅଶୋକ ଗେହଲଟ

ଜୟପୁର : ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସର ଅନ୍ତଃକନ୍ଦଳ ପଦାକୁ ଆସିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନରେ ନିଜ ପୁଅର ପରାଜୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି।
ଅଶୋକଙ୍କ ପୁଅ ବୈଭବ ଗେହଲଟ ଯୋଧପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିଲେ। ସେ ବିଜେପିର ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ୨.୭୪ ଲକ୍ଷ ଭୋଟ ବ୍ୟବଧାନରେ ପରାଜୟ ଲାଭ କରିଛନ୍ତି। ଏହି ଲୋକସଭା ଅନ୍ତର୍ଗତ ସରର୍ଦାରପୁର ବିଧାନସଭା ଆସନରୁ ଅଶୋକ ଗେହଲଟ ବିଧାୟକ ଅଛନ୍ତି। ଗେହଲଟଙ୍କ ମନ୍ତବ୍ୟକୁ ନେଇ ସଚିନ ପାଇଲଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। କିଛି ଦିନ ତଳେ ପାଇଲଟଙ୍କ ସମର୍ଥକ ନିର୍ବାଚନରେ ପରାଜୟ ପାଇଁ ଅଶୋକ ଗେହଲଟଙ୍କୁ ଦାୟୀ କରିଥିଲେ। ସୋମବାର ଅଶୋକ ଗେହଲଟ କହିଥିଲେ ଯେ ଯୋଧପୁର ଲୋକସଭା ଆସନ ପାଇଁ ପାଇଲଟ ବୈଭବଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ଲୋକସଭା ଆସନରୁ ଆମର ୬ ଜଣ ବିଧାୟକ ଥିବାରୁ ବଡ଼ ଭୋଟ ବ୍ୟବଧାନରେ ଆମେ ବିଜୟ ଲାଭ କରିବୁ ବୋଲି ପାଇଲଟ କହିଥିଲେ। ଆମ ନିର୍ବାଚନ ପ୍ରଚାର ବି ବଢିଆ ଥିଲା। ତେଣୁ ଏହି ଆସନର ଫଳାଫଳ ପାଇଁ ପାଇଲଟ ଦାୟୀ।

Comments are closed.