ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ପରଲୋକ ହୋଇଯାଇଛି। ଗୀତା ମେହେଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ଭିଣୋଇଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସୋନି ମେହେଟ୍ଟା ଜଣେ ଖ୍ୟାତିସମ୍ପନ୍ନ ପ୍ରକାଶକ ଭାବେ ପରିଚିତ ଥିଲେ। ସେ ‘ଆଲଫ୍ରେଡ୍‌ ଏ. ନୋଫ’ର ଏଡିଟର ଇନ୍‌ ଚିଫ୍‌ ଏବଂ ନୋଫ୍‌ ଡବଲଡେ ପବ୍ଲିଂଶିଂ ଗ୍ରୁପର ଚେୟାରମ୍ୟାନ ଥିଲେ।

Comments are closed.