ମୋଦୀ ସରକାରଙ୍କ ପ୍ରଥମ ଦିନ : ସର୍ବନିମ୍ନ ସ୍ତରରେ ଜିଡିପି

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ପ୍ରଥମ ଦିନରେ ଦେଶର ସକଳ ଘରୋଇ ଉତ୍ପାଦ ବା ଜିଡିପି ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଶୁକ୍ରବାର ଏହା ୫ ଦଶମିକ୍ ୮ ପ୍ରତିଶତକୁ ଖସି ଆସିଛି । ଏହା ଗତ ୪ବର୍ଷ ମଧ୍ୟରେ ଏହା ସର୍ବନିମ୍ନ । ମୋଦୀ ସରକାରଙ୍କ ପ୍ରଥମ ଦିନରେ ଦେଶର ଅର୍ଥନୀତିକୁ ଏଭଳି ଝଟକା ଲାଗିଛି। ଯାହା ସମସ୍ତଙ୍କୁ ନିରାଶ କରିଛି।  ଜାନୁୟାରୀରୁ ମାର୍ଚ୍ଚ ତିନିମାସରେ ଭାରତର ଜିଡିପି ୬ ପ୍ରତିଶତରୁ ତଳକୁ ଖସି ଆସିଛି । ଏହି ସମୟ ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ହ୍ରାସ ପାଇଛି ।
କୃଷି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଜିଡିପି ହାର ହ୍ରାସ ପାଇଛି ବୋଲି କୁହାଯାଉଛି । ଅନ୍ୟପଟେ ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬ ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସହରାଞ୍ଚଳରେ ନିଯୁକ୍ତି ଯୋଗ୍ୟ ଲୋକଙ୍କ ମଧ୍ୟରୁ ୭ ଦଶମିକ୍ ୮ ପ୍ରତିଶତ ବେକାର ଅଛନ୍ତି । ସେହିପରି ଗ୍ରାମାଞ୍ଚଳରେ ଏହା ୫.୨ ପ୍ରତିଶତ ରହିଛି ।

Comments are closed.