ଗାଜିଆବାଦ ହତ୍ୟା-ଆତ୍ମହତ୍ୟା ମାମଲା : ମୃତ ଗୁଲ୍‌ଶନଙ୍କ ଶାଳକ ଗିରଫ

ଗାଜିଆବାଦ : ସ୍ଥାନୀୟ ଇନ୍ଦ୍ରପୁରମ୍‌ ଆପାର୍ଟମେଣ୍ଟ​‌େ​‌ର ଦୁଇ ସନ୍ତାନଙ୍କୁ ହତ୍ୟା ପରେ ଆଠ ମହଲାରୁ ଡେଇଁ ଦମ୍ପତିଙ୍କ ସହ ତିନିଜଣଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ପ୍ରମୁଖ ସନ୍ଦିଗ୍ଧ ରାକେଶ ବର୍ମାଙ୍କୁ ଗିରଫ କରିଛି। ଦମ୍ପତିଙ୍କ ଆତ୍ମହତ୍ୟା ପତ୍ରରେ ରାକେଶଙ୍କ ସହିତ ଆଉ କିଛି ଲୋକଙ୍କ ନାଁ ରହିଥିଲା। ମଙ୍ଗଳବାର ତଦନ୍ତକାରୀ ପୁଲିସ ରାକେଶଙ୍କୁ କଲକାତାଠାରେ ଠାବ କରିଥିଲା। ରାକେଶ ହେଉଛନ୍ତି ମୃତ ବ୍ୟବସାୟୀ ଗୁଲ୍‌ଶନ ବାସୁଦେବଙ୍କ ଶାଳକ। ସେ ଗୁଲଶନ୍‌ଙ୍କଠାରୁ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ପାଇଁ ଦେଢ଼ କୋଟି ଟଙ୍କା ଉଧାର ନେଇ ପରିଶୋଧ କରି ନ ଥିବାବେଳେ ତାଙ୍କୁ ଏଭଳି ଚରମ ପଦକ୍ଷେପ ନେବା ପାଇଁ ଏକରକମ ବାଧ୍ୟ କରିଥିଲେ। ଗୁଲ୍‌ଶନ୍‌ ୫ପ୍ରତିଶତ ସୁଧରେ ଟଙ୍କା ଆଣି ରାକେଶଙ୍କୁ ଦେଇଥିଲେ। ଏଥିନେଇ ଗୁଲଶନ୍‌ ଆର୍ଥିକ ସଂକଟରେ ପଡ଼ିଥିଲେ ଏବଂ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ରାକେଶ ଓ ତାଙ୍କ ମାଆ ଫୁଲ ବର୍ମା ପୂର୍ବରୁ ଠକେଇ ଅଭିଯୋଗରେ କାରାଦଣ୍ଡ ଭୋଗିଛନ୍ତି। ଅପରପକ୍ଷରେ ଗୁଲଶନ୍‌ଙ୍କ ମ୍ୟାନେଜର ବା ବ୍ୟାବସାୟିକ ସହଯୋଗୀ କୁହାଯାଉଥିବା ସଞ୍ଜନାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ସଞ୍ଜନା ଦେଢ଼ ବର୍ଷ ପୂର୍ବେ ଗୁଲଶନ୍‌ଙ୍କୁ ବିବାହ କରିଥିଲେ; ଯଦିଓ ସେମାନେ ପାଞ୍ଚ ବର୍ଷ ଧରି ଏକତ୍ର ବାସ କରୁଥିଲେ। ସଞ୍ଜନାଙ୍କ ନାମ ମଧ୍ୟ ଗୁଲଶନ୍‌ ଥିଲା ଓ ସେ ବିବାହ ପରେ ନାମ ପରିବର୍ତ୍ତନ କରିଥିଲେ। ତେବେ ଗୁଲଶନ୍‌ଙ୍କ ପରିବାର ଏହି ବିବାହ ସମ୍ପର୍କରେ ଅଜ୍ଞ ଥିବା ଜଣାପଡ଼ିଛି।

Comments are closed.