କେଜି ଡି୬ ବ୍ଲକ ଗ୍ୟାସ କ୍ଷେତ୍ରରୁ ଉତ୍ପାଦନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ପୂର୍ବତଟରେ କେଜି ଡି୬ ବ୍ଲକରେ ଥିବା ଏକ ଗ୍ୟାସ କ୍ଷେତ୍ରରୁ ଗ୍ୟାସ ଉତ୍ପାଦନ ଆରମ୍ଭ କରିଥିବା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଏବଂ ବିପି ପକ୍ଷରୁ ଘୋଷଣା କରାଯାଇଛି। ଏକ ପ୍ରେସ ବିବୃତିରେ ଦୁଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେମାନେ କେଜି ଡି୬ରେ ଆର କ୍ଲଷ୍ଟର, ସାଟେଲାିଟ କ୍ଲଷ୍ଟର ଏବଂ ଏମଜେ ଭଳି ତିନିଟି ଗଭୀର ଜଳ ଗ୍ୟାସ କ୍ଷେତ୍ରର ବିକାଶ କରୁଛନ୍ତି। ଏହି ତିନିଟି କ୍ଷେତ୍ରରୁ ୨୦୨୩ ସୁଦ୍ଧା ଦୈନିକ ପ୍ରାୟ ୧୦୦ କୋଟି ଘନଫୁଟ ଗ୍ୟାସ ଉତ୍ପାଦିତ ହେବା ଆଶା କରାଯାଉଛି। ପୂର୍ବରୁ ୨୦୨୦ ଡିସେମ୍ବରରେ ଆର କ୍ଲଷ୍ଟରରୁ ଉତ୍ପାଦନ ଆରମ୍ଭ ହୋଇଥିବାବେଳେ ସାଟେଲାଇଟ କ୍ଲଷ୍ଟର ଦ୍ୱିତୀୟ କ୍ଷେତ୍ର ଭାବେ ଗ୍ୟାସ ଉତ୍ପାଦନ ଆରମ୍ଭ କରାଯାଇଛି। ସେଠାରେ ଚାରିଟି ଗ୍ୟାସ ମହଜୁଦ ସ୍ଥଳରୁ ମୋଟ ୫ଟି କୂପ ଜରିଆରେ ଗ୍ୟାସ ଉତ୍ପାଦନ କରାଯାଉଛି। ସଂପ୍ରତି ସମଗ୍ର ଦେଶରେ ହେଉଥିବା ମୋଟ ଗ୍ୟାସ ଉତ୍ପାଦନର ୨୦% ଏହି ଦୁଇ କ୍ଲଷ୍ଟରରୁ ଉତ୍ପାଦିତ ହେବା ଆଶା କରାଯାଉଛି।

Comments are closed.