ପାରାଦ୍ଵୀପ : ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରୁ ଆମୋନିଆ ଗ୍ୟାସ ଲିକ୍, ୩ ମହିଳା ଗୁରୁତର

ପାରାଦ୍ଵୀପ : ପାରାଦ୍ଵୀପ ଗଡ଼ ଶିଳ୍ପାଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରୁ ଆମୋନିଆ ଗ୍ୟାସ ଲିକ୍ ଯୋଗୁଁ ୩ ଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କର ଏକ ଭାଲବରୁ ଏହି ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଫଳରେ ସେଠାରେ କାମ କରୁଥିବା ୩ ଜଣ ମହିଳା ଏହି ଗ୍ୟାସର ପ୍ରଭାବରେ ବେହୋସ୍ ହୋଇ ପଡିଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଭାଲବକୁ ବଦଳାଇ ଦିଆଯାଇଛି।ଲକ୍ ଥାନା ପୋଲିସ ଓ ଏକ ଟେକ୍ନିକାଲ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଗୁରୁତର ଅସୁସ୍ଥ ଥିବା ଉକ୍ତ ତିନିଜଣ ମହିଳାଙ୍କୁ କଟକରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବା ପାଇଁ ଫ୍ୟାକ୍ଟ୍ରି ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Comments are closed.