MEllora 950×100

ଘର ପାଇଁ ବଗିଚା

ବାସ୍ତୁଶାସ୍ତ୍ର ଅନୁଯାୟୀ, ବୃକ୍ଷଲତା ଲଗାଇବାର କିଛି ନିୟମ ରହିଛି। ବୃକ୍ଷକୁ ସଠିକ ଭାବେ ନ ଲଗାଇବା ଦ୍ବାରା ତାହା ପରିବାର ସଦସ୍ୟଙ୍କ ଉପରେ କୁପ୍ରଭାବ ପକାଇଥାଏ। ଯାହାଦ୍ବାରା ଘରର ମୁଖ୍ୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା, ପରିବାର ସଦସ୍ୟଙ୍କ ମଧ୍ୟରେ ଶାରୀରିକ, ଆର୍ଥିକ ଓ ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ। ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା, ବୃକ୍ଷ ସମ୍ବନ୍ଧୀୟ କିଛି ବାସ୍ତୁ ଟିପ୍ସ ସମ୍ବନ୍ଧରେ ..
ମାନ୍ୟତା ଅନୁଯାୟୀ, କଦଳୀ ଗଛ ନିକଟରେ ତୁଳସୀ ଗଛ ରଖିବା ଦ୍ବାରା ପରିବାର ସଦସ୍ୟଙ୍କୁ ଶୁଭ ଫଳ ମିଳିଥାଏ। ଏହାସହ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ କୃପା ପଡିଥାଏ।
ଅଶୋକ ଓ ନଡିଆ ବୃକ୍ଷ ଅତ୍ୟନ୍ତ ଶୁଭ ଅଟେ। ନିଜର ନାମାନୁସାରେ, ଅଶୋକ ବୃକ୍ଷ ପ୍ରସନ୍ନତା ଓ ଦୁଃଖ ଦୂର କରୁଥିବା ବୃକ୍ଷ ଅଟେ। ଏହି ବୃକ୍ଷକୁ ଘରର ବଗିଚାରେ ଲଗାଇବା ଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବଢିବା ସହ ବୁଝାମଣା ଠିକ ରହିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ତୁଳସୀ, କଦଳୀ, ଚମ୍ପା, କେତକୀ ଓ ମଲ୍ଲୀ ଫୁଲର ଗଛ ଲଗାଇବା ଶୁଭପ୍ରଦ ଅଟେ। କଦଳୀ ଗଛକୁ ନିଜ ବଗିଚାର ଐଶାନ୍ୟ କୋଣରେ ଲଗାଇବା ଉଚିତ। ଏପରି କରିବା ଦ୍ବାରା ଧନଧାନ୍ୟ ବୃଦ୍ଧି ହୋଇଥାଏ।

କେବେ ବି କୌଣସି କଣ୍ଟା ଜାତୀୟ ବୃକ୍ଷକୁ ଘରର ମୁଖ୍ୟ ଦ୍ବାର ଓ ଘର ପାଖରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ବାରା ଶତ୍ରୁଙ୍କ ସଂଖ୍ୟା ବଢିଥାଏ। ଏହାସହ ପରିବାର ସଦସ୍ୟଙ୍କ ଜୀବନରେ ସର୍ବଦା ଦୁଃଖକଷ୍ଟ ଲାଗି ରହିଥାଏ।

Comments are closed.