କଦଳୀ ବୋଝେଇ ଟ୍ରକରୁ ୧୨୫୦ କେଜି ଗଞ୍ଜେଇ ଜବତ

ଵ୍ରହ୍ମପୁର: ଜାତୀୟ ରାଜପଥ-୧୬ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କଦଳୀ ବୋଝେଇ ଟ୍ରକରୁ ସୋମବାର ୧୨୫୦ କେଜି ଗଂଜେଇ ଜବତ ହୋଇଛି । ଅବକାରୀ ବିଭାଗ ଫ୍ଲାଇଂସ୍କ୍ୱାର୍ଡର ଏକ ଟିମ ଆଜି ସକାଳୁ ଜାତୀୟ ରାଜପଥ କନିଷି ଠାରେ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏହି ଟ୍ରକକୁ ଅଟକାଇଥିଲା । ଯାଞ୍ଚ ପରେ ଟ୍ରକ ଡାଲାର ଉପରି ଭାଗରେ କଦଳୀ ବୋଝେଇ ହୋଇଥିବା ବେଳେ କଦଳୀ ତଳେ ଗଂଜେଇ ରହିଥିଲା । ସେହିପରି ଏହି ଗଂଜେଇ କାରବାରରେ ସାମିଲ ଥିବା ୭ ଅଭିଯୁକ୍ତକୁ ଗିରଫ କରାଯାଇଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.