କନିଷି ଓ ହଳଦିଆପଦର ରାଜପଥରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୭ଗିରଫ

ଗୋପାଳପୁର :  ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ଗଞ୍ଜେଇ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ଜାତୀୟ ରାଜପଥ ନଂ ୧୬ ।  ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ଆଦେଶ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାରାୟଣ ନାଏକଙ୍କ ନେତୃତ୍ଵରେ ବ୍ରହ୍ମପୁର ମୋବାଇଲ୍ ଟିମ୍ ଓ ମଲ୍ଟି ଡିସିପ୍ଲିନ୍  ସ୍କ୍ୱାଡ଼ଙ୍କ ପକ୍ଷରୁ ଜାତୀୟ ରାଜପଥ ନଂ ୧୬ ର ହଳଦିଆପଦର ଓ କନିଷି ଠାରେ ଚଢ଼ାଉ କରାଯାଇ ବିପୁଳ ଗଞ୍ଜେଇ ଜବତ କରାଯାଇଛି । ଏହି କ୍ରମରେ ଏକ କଦଳୀ ବୋଝେଇ ଟ୍ରକ ଓ ସୁଇପ୍ଟ ଡିଜାଇର୍ କାର୍  ଭିତରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଟ୍ରକ ଓ ସୁଇପ ଡିଜାଇର୍ କାର୍ ଯୋଗେ ଆନ୍ଧ୍ର ପ୍ରଦେଶ ପଟୁ ବ୍ରହ୍ମପୁର  ସହର ଦେଇ ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ମିଳିବା ପରେ ଅବକାରୀ ବିଭାଗ କର୍ମଚାରୀ ମାନେ କନିଷି ଓ ହଳଦିଆ ପଦର ଜାତୀୟ ରାଜପଥ ଛକରେ ଧରା ପଡ଼ିଥିଲେ ।  କଦଳୀ ବୋଝେଇ ଟ୍ରକରୁ ୧୧୪୦ କେଜି ଓ କାର୍ ଭିତରୁ ୧୧୦କେଜି ର ଗଞ୍ଜେଇ ଜବତ କରାଯିବା ସହ ୭ଜଣ ଯୁବକଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ।
ଗିରଫ ଅଭିଯୁକ୍ତ ହେଲେ ରାୟଗଡ଼ା ଜିଲ୍ଲାର ପ୍ରଣବ କୁମାର ବେଗରାଇ(୨୫),କନ୍ଧମାଳ ଫିରିଙ୍ଗିଆ ଗ୍ରାମର ଅଶ୍ୱିନ କୁମାର ସାହୁ(୨୫), ଖୋର୍ଦ୍ଧା ରଙ୍ଗରପଡା ଗ୍ରାମର ବାସୁଦେବ ପରିଡ଼ା(୩୯), କନ୍ଧମାଳ ଜିଲ୍ଲାର ମନସରଞ୍ଜନ କର୍ଣ୍ଣ(୨୫), ରାୟଗଡ଼ା ମେଦିରି ସାହି ର ଏ. ସୋମିର ରାଜ(୩୦), ଗଞ୍ଜାମ ସୁଇଁତୁଲା ଗ୍ରାମର ପଙ୍କଜ ରାଉଳ(୨୭), ଅନିଲ ମହାରଣା(୨୫) । ଏଥିମଧ୍ୟରୁ ରାୟଗଡ଼ାରୁ ଦୁଇଜଣ ଓ ଖୋର୍ଦ୍ଧାର ଜଣେ ମାଷ୍ଟର ମାଇଣ୍ଡ ଥିବା ଅବକାରୀ ବିଭାଗ କହିଛି । ସୂଚନାରୁ ପ୍ରକାଶ ଥାଉ କି ଅବକାରୀ  ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଆଜି ଏକ ମୋବାଇ ଟିମ ହଳଦିଆ ପଦରଠୁଁ କନିଷି ମୁଖ୍ୟ ରାସ୍ତାନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଦ୍ରପ୍ରଦେଶରରୁ ଆସୁଥିବା କଦଳୀ ବଝୋଇ ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡ଼ିରୁ ୧୧୪୦କିଲୋ ଗଞ୍ଜେଇକୁ ଜବତ କରିଥିଲେ । ସେହିପରି ପରି ଏକ ସୁଇପ୍ଟ ଡିଜାଇର୍ କାର୍ ମଧ୍ୟରୁ ୧୧୦କେଜି  ଗଞ୍ଜେଇ ଜବତ ହୋଇଛି ।
ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ହେବା ନେଇ ଅବକାରୀ ବିଭାଗ ସୂପରିଟେଣ୍ଡେଣ୍ଟ ରାମେନ୍ଦ୍ର ନାରାୟଣ ନାୟକ କହିଛନ୍ତି । ଏ ଘଟଣାରେ ଅବକାରୀ  ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା । ତେବେ ସବୁ ଠାରୁ ବଡ କଥା ହେଲା କି ଏଭଳି ଗଞ୍ଜେଇ ଚୋରା ଚାଲାଣ କେବେ ଠାରୁ ଚାଲିଛି ଏବଂ ଏଥିରେ କିଏ କିଏ ସମ୍ପୃକ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଅବକାରୀ ବିଭାଗ କହିଛି । ଏହି ଚଡ଼ାଉରେ ଇନ୍ସପେକ୍ଟର ମିହିର କୁମାର ସେଠୀ ,ଅର୍ଜୁନ କୁମାର ମଲ୍ଲିକ,ସବ୍ ଇନ୍ସପେକ୍ଟର ଅଭିରାମ ସାହୁ,ଏଏସଆଇ ପ୍ରଦୀପ କୁମାର ସାହୁ ,କନିଷି ଆଡ଼ିସନାଲ ତହସିଲଦାର ମନୋଜ ପ୍ରଭାକର କୁଜୁରଙ୍କ ସମେତ  ବିଭାଗୀୟ ବହୁ ପଦାଧିକାରୀ ସାମିଲ ଥିଲେ ।

Comments are closed.