ଗାଁ କଲ୍ୟାଣ ସମିତି ସଦସ୍ୟଙ୍କୁ ପ୍ରଶିକ୍ଷଣ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ କାର୍ଯ୍ୟକାରୀ ହେଉଥିବା ଗାଁ କଲ୍ୟାଣ ସମିତିର କାର୍ଯ୍ୟଦକ୍ଷତା ବୃଦ୍ଧି, କାର୍ଯ୍ୟକାରିତା, ସହଭାଗିତା ଏବଂ କଲ୍ୟାଣ ମୂଳକ କାର୍ଯ୍ୟରେ ଉପଯୁକ୍ତ ସେବା ପ୍ରଦାନ ନିମନ୍ତେ ପୁନଃ ସଚେତନତା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ସ୍ଥାନୀୟ ଓସ୍ତିଆ ଗ୍ରାମ ଠାରେ ଏହି କାର୍ଯ୍ୟକ୍ରମ ସଂଚାଳିତ ହୋଇଛି । ଓସ୍ତିଆ, ଆନନ୍ଦପୁର, ଫୁଲବାଡି, ବିଷ୍ଣୁପୁର, କଦଳୀବାଡି ଏବଂ ପୋଡପଡା ଗାଁ କଲ୍ୟାଣ ସମିତିର ୩୬ ଜଣ ସଦସ୍ୟ ତଥା ଆଶା, ଅଙ୍ଗନୱାଡିକର୍ମୀ ଏବଂ ଓାର୍ଡ ମେମ୍ବର ମାନେ ଗାଁ କଲ୍ୟାଣ ସମିତିର ପରିଚାଳନା ନିମନ୍ତେ ସବିଶେଷ ଜ୍ଞାନ କୈାଶଳ ଗ୍ରହଣ କରିଛନ୍ତି । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଏବଂ ବିପିଏମ୍ ସଂଗୀତା ଦାସ ପ୍ରମୁଖ ଏହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।

Comments are closed.