ଗଞ୍ଜେଇ ଜବତ, ଜଣେ ଗିରଫ

ତୁଷୁରା : ତୁଷୁରା ପୁଲିସ ପକ୍ଷରୁ ମଙ୍ଗଳବାର ଜଣେ ଯୁବକ ବାଇକରେ ୫ କେଜି ଗଞ୍ଜେଇ ନେଇ ଯାଉଥିବାବେଳେ ଗଞ୍ଜେଇ ଓ ବାଇକ ଜବତ କରିବା ସହ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗୁଡ଼ଭେଲା ରାସ୍ତାରୁ ତୁଷୁରା ଆସୁଥିବା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ କୋଠଗାଁର ରଞ୍ଜିତ ନନ୍ଦ(୪୫) ନାମକ ଯୁବକ ସକାଳ ଭୋର ୫ଟା ସମୟରେ ଓଆର୦୩ ଏଚ ୩୬୯୨ ନଂ ବାଇକରେ ଗଞ୍ଜେଇ ନେଇ ଯାଉଥିଲା। ଏହି ସମୟରେ ତୁଷୁରା ପୁଲିସ ଉକ୍ତ ଯୁବକଙ୍କୁ ଡ଼ାହିମାଲ ଛକ ଠାରେ ଅଟକ ରଖି ତଳାସୀ କରିବାରୁ ଯୁବକଙ୍କ ବାଇକ ଡ଼ିକିରୁ ୫ କେଜି ଗଞ୍ଜେଇ ଜବତ କରି ଯୁବକକୁ ଗିରଫ କରାଯାଇ ବଲାଙ୍ଗୀର କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି। ତୁଷୁରା ପୁଲିସ ଏଏସଆଇ ଚନ୍ଦନ ସାହୁ ଓ କନଷ୍ଟେବଳ ଜୟଦେବ ସାହୁ ଏହି ଚଢ଼ାଉରେ ସାମିଲ ଥିଲେ।

Comments are closed.