ସର୍ବଭାରତୀୟ ସ୍ତରରେ ଗଞ୍ଜାମର ଗାଙ୍ଗପୁର ଥାନାକୁ ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା

ଛତ୍ରପୁର: ଗଂଜାମ ପୁଲିସ ଜିଲା ଅଧିନ ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ପୁଲିସ ଥାନା ଭାବରେ ଭାରତ ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରାଣାଳୟ ପକ୍ଷରୁ ପୁରସ୍କୃତ ହୋଇଛି। ଶୁକ୍ରବାର ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ଡିଜିପି କସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଏହି ମର୍ଯ୍ୟାଦାସମ୍ପନ୍ନ ପୁରସ୍କାର, ପ୍ରଶଂସାପତ୍ର ଓ ଟ୍ରଫିକୁ ଗାଙ୍ଗପୁର ଥାନା ଆଇଆଇସି ଧିରେଶ କୁମାର ଦାସ ଗ୍ରହଣ କରିଛନ୍ତି। ଏନେଇ ଡିଜିପି ଅଭୟ ଓ ଗଂଜାମ ଏସପି ବ୍ରିଜେଶ କୁମାର ରଏ ଟୁଇଟ୍ କରି ଗାଙ୍ଗପୁର ଥାନା ଆଇଆଇସିଙ୍କ ପ୍ରଂଶସା କରିବା ସହ ଶୁଭେଛା ଜଣାଇଛନ୍ତି। କ୍ରାଇମ ଆଣ୍ଡ କ୍ରାଇମବ୍ରାଞ୍ଚ ଟ୍ରାକିଂ ନେଟୱାର୍କ ସିଷ୍ଟମ ଉପରେ ଇ-ଶାସନର ୪୯ ପାରାମିଟର ଉପରେ ଦେଶର ପୁଲିସ ଷ୍ଟେସନର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରାଯାଇଛି।  ଜୁଆ ଖେଳ ରୋକିବା, ଆର୍ମସ୍ ଆକ୍ଟ, ଏକ୍ସାଇଜ୍ ଆକ୍ଟ, ୟୁଡ଼ି ମାମଲା, ପାସପୋର୍ଟ ଆଦି ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇବାରେ ଗାଙ୍ଗପୁର ପୁଲିସ ଷ୍ଟେସନ୍ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି।

Hon'ble DGP,Odisha congratulated IIC, Gangapur PS for his great achievement to become 2nd best Police Station of the country & receiving Trophy from Hon'ble Home Minister,Govt. Of India.@AmitShah @CMO_Odisha @DGPOdisha @MoSarkar5T @odisha_police @igpsr @Brijesh14671519 pic.twitter.com/cTVhnc4FVB
— SP GANJAM (@sp_ganjam) November 19, 2021

Comments are closed.