ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଅଭିଯୋଗ

ଗଞ୍ଜାମ : କରୋନା ଭୂତାଣୁକୁ ନେଇ ସାରା ଗଞ୍ଜାମ ଜିଲ୍ଲାରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଶୁକ୍ରବାର ପୋଲସରା ବ୍ଳକ ଢୁଙ୍କାପଡା ଗାଁରେ ଥିବା ସଙ୍ଗରୋଧ(କ୍ଵାରେଣ୍ଟାଇନ୍) କେନ୍ଦ୍ରରେ ଏକ ଅଘଟଣ ଘଟିଯାଇଛି। ସଙ୍ଗରୋଧ(କ୍ଵାରେଣ୍ଟାଇନ୍) କେନ୍ଦ୍ରରେ ଗଲା କିଛି ଦିନ ହେବ ଜଣେ ପ୍ରବାସୀ ଓଡିଆ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଖାଇବା ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.