ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର

ଗଞ୍ଜାମ: ସ୍ଥାନୀୟ ଗଞ୍ଜାମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗର ଏକ ପାଠଚକ୍ର ବିଭ।ଗୀୟ ମୁଖ୍ୟ ପ୍ରଫେସର ଅମର ପ୍ରସାଦ ବିଶୋଇ ଙ୍କ ସଭପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ପୁର ତାରାତାରିଣୀ ମହାବିଦ୍ୟାଳୟ ପ୍ରଫେସର ସମୀର କୁମାର ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ରେ ନାରୀଙ୍କ ଭୂମିକା ବିଷୟରେ ଆଲୋକପ।ତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ଡ଼ ପ୍ରବୀଣ କୁମାର ନନ୍ଦ ସମ୍ମାନିତ ଅତିଥି ରୂପେ ପ୍ରଫେସର ସ୍ମରଣିକା ହୋତା ଓ ପ୍ରଫେସର ପୁରୁଷୋତ୍ତମ ସ।ହୁ, ବିଭାଗୀୟ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ,ଓ ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା ପ୍ରମୁଖ ନିଜର ନିଜର ମତାମତ ଉପସ୍ଥାପନା କରିଥିଲେ । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବିଦ୍ୟ।ର୍ଥୀ ଶୁଭମ ଶେଖର ଛଟେଇ, ଗାୟତ୍ରୀ ସ।ହୁ, କିର୍ତ୍ତୀ ରଞ୍ଜନ ବିଶୋଇ, ସିଏଚ ସନ୍ଧ୍ୟ। ରେଡ୍ଡୀ, କେ. ହାଡ଼ି ରେଡ୍ଡୀ ଓ ପ୍ରଥମ ବର୍ଷ ଛାତ୍ରୀ ସାଧନା କୁମାରୀ ପ୍ରଧାନ ସନ୍ଧର୍ବ ଉପସ୍ଥାପନା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ର ସମସ୍ତ ବିଦ୍ୟାର୍ଥୀ ଓ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.