ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ବିଧାୟକ

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ପରିସରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ହେବା ନେଇ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶନିବାରଦିନ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏହାର ଭିତିପ୍ରସ୍ତାର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଯୁବ ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ନଗର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନଏସି ଉପଧାକ୍ଷ ନୀଳାଞ୍ଚଳ ବାରିକି, ନଗର ସଭାପତି ପି. ରାଜୁ ରେଡି, ସୁଦାମ ପଲାଇ, ସୀମାଞ୍ଚଳ ସାହୁ,ମନୋଜ ପ୍ରଧାନ, ସୂର୍ଯ୍ୟ ପ୍ରଧାନ, ମୁନା ପରିଡା ମନୋଜ ପ୍ରଧାନ ,ବିଭାଗୀୟ ଅଧିକାରୀ ପ୍ରଦୀପ୍ତ ଶତପଥୀଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳରେ କ୍ରୀଡାର ଭିତ୍ତିଭୂମିର ବିକାଶ ସହ କ୍ରୀଡ଼ାକ୍ଷେତ୍ରରେ ଯୁବଗୋଷ୍ଠୀ ଭବିଷ୍ୟତ ପାଇଁ ବଡ଼ ଶକ୍ତି ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଏଥିପାଇଁ ସ୍ଥାନୀୟ କ୍ରୀଡାବିତ ଓ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.