୧୬ ନମ୍ବର ଜାତୀୟ ରାଜପଥରେ କାର ଦୁର୍ଘଟଣା, ଜଣେ ଆହତ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତିନୁଆଁ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ମଝିରେ ଓଲଟି ପଡିବା ଫଳରେ ସେଥିରେ ଥିବା ଜଣେ ଲୋକ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ ବ୍ରହ୍ମପୁର ଅଭିମୁଖ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ମରାମତି କାର୍ଯ୍ୟ କରିବାକୁ ନିୟୋଜିତ ଅନ୍ୟ ଏକ କାରକୁ ଧକ୍କା ଦେବା ଫଳରେ ରାସ୍ତା ଉପରେ ଓଲଟି ପଡିଥିଲା। କିଛି ସମୟ ପାଇଁ ରାସ୍ତା ଜାମ ହୋଇଯାଇଥିଲା। ଖବର ପାଇ ଗଞ୍ଜାମ ଥାନା ଏସ ଆଇ ନାରାୟଣ କଅଁର ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରୁ କାରକୁ ହଟାଇବା ସହ ତଦନ୍ତ କରିଥିବା ଜଣା ପଡ଼ିଛି। ଦୁର୍ଘଟଣାରେ ଆହତ ବ୍ୟକ୍ତି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Comments are closed.