କାର୍ଯ୍ୟରତ ପିଏଚଡି କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଏତେଲା

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ରବିବାର ଦିନ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଙ୍କୁ ଆକ୍ରମଣ ହେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତଲା କୁ ଭିତ୍ତି ପୋଲିସ ମକଦମା ରୁଜୁ କରିବା ସହିତ ତଦନ୍ତ ଜାରିରଖିଇଛନ୍ତି। ସୂଚନା ଯୋଗ୍ୟ ଯେ ପାନୀୟ ଜଳଯୋଗାଣ ପାଇଁ ପାଇପ କାମ କରୁଥିବା ସମୟରେ ହଠାତ ଜଣେ ଅସାମାଜିକ ବ୍ୟକ୍ତି ଏସ. ଭିମା ରେଡି (ବୁଲୁ )କାର୍ଯ୍ୟରତ କର୍ମଚାରୀ ଙ୍କୁ ଆକ୍ରମଣ କରିଥିଲେ। ଫଳରେ ସୋମବାର ଦିନ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।ଲିଖିତ ଅଭିଯୋଗ ପରେ ଗଞ୍ଜାମ ଥାନା ପକ୍ଷରୁ କେଶ ନମ୍ବର ୧୬୩/୨୧ ମାମଲା ରୁଜୁ ହୋଇଛି। ଘଟଣାପରେ ଆକ୍ରମଣକାରୀ ଫେରାରଥିବା ତଦନ୍ତକାରୀ ଅଫିସର ଏସ ଆଇ ଅଜିତ କୁମାର ପରିଡା ସୂଚନା ଦେଇଛନ୍ତି।ଥାନା ଏସ ଆଇ ପରିଡାଙ୍କ କହିବା ଅନୁଯାୟୀ ଦାମୋଦରପୁର ଗ୍ରାମର ଏସ.ଭିମାରାଓ ରେଡି(ବୁଲୁ) କାର୍ଯ୍ୟରତ ଜନସ୍ବାସ୍ତ୍ୟ କର୍ମଚାରୀ ଙ୍କୁ କିଛି ଅର୍ଥଦାବୀ କରିବା ସହ ଆକ୍ରମଣ କରିଥିଲେ ବୋଲି ଏତେଲାରେ ଦର୍ଶାଯାଇଛି।

ଏହି ଘଟଣା ପରେ ଦାମୋଦରପୁର ଗ୍ରାମର ୧୧ ଓ ୧୨ ଉଭୟ ଦୁଇଟି ୱାର୍ଡରେ ପାନୀୟ ଜଳ ଯୋଗାଣ ରେ ସମସ୍ୟା ସୃଷ୍ଟି ହୋଇଥିଲା।ଏହି ଘଟଣା କୁ ସ୍ଥାନୀୟ ଅଞ୍ଚଳବାସୀ ଘୋର ଅସନ୍ତୋଷ ପ୍ରକାଶ.କରିଛନ୍ତି। ପ୍ରକାଶ ଯୋଗ୍ୟ ଆକ୍ରମଣକାରୀ ଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲାରହିଥିବା ଥାନାଅଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି l ଏଥିପାଇଁ ଉକ୍ତ ଅସାମାଜିକଙ୍କ ଫୋଟୋ ଥାନା ବୋର୍ଡ ରେ ଲଗା ଯାଇଥିବା ସେ କହିଛନ୍ତି।

Comments are closed.