ବର୍ଷା ଅଭାବ ଯୋଗୁଁ ପଡିଆ ପଡିଛି ଜମି

ଗଞ୍ଜାମ :  ଗଞ୍ଜାମ ବ୍ଲକରେ ବିଭିନ୍ନ ଅଂଚଳ ରେ ଭ।ଦ୍ରବ ମାସ ହୋଇଥିଲେ ମଧ୍ୟ ଧାନ ରୁଆ କାର୍ଯ୍ୟ ହୋଇନି । ଅଧିକାଂଶ ଜମି ପଡିଆ ପଡିଛି । ସେହି ଜମିରେ ଗାଈ , ଗୋରୁ, ମଇଁଷି ଏବେ ଚରୁଛନ୍ତି । ଧାନ ତଳି ପୋଡି ନଷ୍ଟ ହେଇଗଲାଣି । ଫଳରେ ଏହାକୁ ନେଇ ଚାଷୀ ମାନେ ଚିନ୍ତା ରେ ରହିଛନ୍ତି ।
ଏକ ପ୍ରକାର ମରୁଡିର ପ୍ରତିଧ୍ୱନି ଗଞ୍ଜାମ ବ୍ଲକରେ  ଦେଖ।ଦେଲାଣି । ଆବଶ୍ୟକ ପରିମାଣର ବର୍ଷା ହେଲା ନାହିଁ କିମ୍ବା ଜଳସେଚନ ପାଇଁ ଥିବା ହୀରାଧର ବାଟି କେନାଲରେ ମଧ୍ୟ ପାଣି ଆସିନାହିଁ । ଯାହାକୁ ନେଇ ଚାଷୀଙ୍କ ପାଇଁ ନିରାଶ ଭାବ ସୃଷ୍ଟି କରିଛି । ଏଭଳି ଅବସ୍ଥା ଗଞ୍ଜାମ ବ୍ଲକରେ ସୃଷ୍ଟି ହୋଇଥିବା ବେଳେ କୃଷି ବିଭାଗର ସେଭଳି ତତ୍ପରତା ନଥିବା ଜଣାପଡୁଛି ବୋଲି ଚାଷୀ ମାନେ ମତ ଦେଇ ଛନ୍ତି । ବ୍ଲକ କୃଷି ବିଭାଗ ର ଅଧିକାରୀ ସୋମ୍ୟରଞ୍ଜନ ସାହୁଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁତ କମ ପରିମାଣର ବର୍ଷା ହୋଇଛି । ଫଳରେ ରୁଆ କାର୍ଯ୍ୟ ହେଇପାରି ନାହିଁ । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ସୂଚନା ଯୋଗ୍ୟଯେ ବ୍ଲକରେ ମୋଟ ଚଳିତ ବର୍ଷ ଖରିପରେ ୪୭୭୦ ହେକଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରହିଛି । ସେଥିପାଇଁ ମଧ୍ୟ ୪୭୦ ହେକଟର ଜମିରେ ତଳି ପକା ଯାଇଥିଲା ।  କିନ୍ତୁ ବର୍ତମାନ ସୁଦ୍ଧା ଆବଶ୍ୟକ ପରିମାଣ ବର୍ଷା ନଥିବା ଯୋଗୁଁ ଧାନ ତଳି ପୋଡି ନଷ୍ଟ ହୋଇ ଜମି ଶୁଖିଲା ପଡିଛି । ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ରୁଆ କାମରେ ବ୍ୟାଘାତ ହେବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।

Comments are closed.